ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧା: ରାଜ୍ୟ ସରକାର ପୋଲିସ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ପାଇଁ ‘ମୋ ସରକାର’ ଏବଂ 5-T ଲାଗୁ କରିଛନ୍ତି। ହେଲେ ତାହାର ପ୍ରଭାବ ପୋଲିସ ବାବୁଙ୍କ ଉପରେ ପଡୁନାହିଁ। ଆଜିର ଏକ ଘଟଣା ଦେଖିଲେ ତାହା ଜଣାପଡୁଛି। ଖୋର୍ଦ୍ଧା ସଦର ଥାନାର ସବ୍‌-ଇନ୍‌ସପେକ୍ଟର ଏକ ମଟର ସାଇକେଲ ଛାଡ଼ିବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।

ଖୋର୍ଦ୍ଧା ସଦର ଥାନା ସବ-ଇନ୍ସପେକ୍ଟର କେଦାରେଶ୍ୱର ନନ୍ଦ ପଲାହାଟ ଅଞ୍ଚଳର ସୁଶାନ୍ତ କୁମାର ସାହୁଙ୍କୁ ତାଙ୍କ ମଟର ସାଇକେଲ ଥାନାରୁ ମୁକୁଳେଇବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ବିଷୟରେ ଖବର ପାଇ  ଖୋର୍ଦ୍ଧା ଭିଜିଲାନ୍ସ ଟିମ ଯୋଜନା ମୂତାବିକ ଲାଞ୍ଚ ନେଉଥିବା ବେଳେ ଉକ୍ତ ପୋଲିସ୍‌ ଅଧଇକାରୀଙ୍କୁ ଧରିଥିଲେ।

ସବ୍‌-ଇନ୍‌ସପେକ୍ଟର କେଦାରେଶ୍ୱର ନନ୍ଦଙ୍କୁ ଗିରଫ କରାଯାଇ ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Comment