ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଏବେ ଚାଲିଛି ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମିର Mi Super Sale। ନଭେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ଥିବା ଏହି ସେଲ୍‌କୁ ବର୍ତ୍ତମାନ ୧୮ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି। ସେଲ୍‌ ସମୟରେ ସ୍ମାର୍ଟଫୋନ ଉପରେ ଜବରଦସ୍ତ ଡିସ୍‌କାଉଣ୍ଟ ମିଳୁଛି। ଏହି ସମୟରେ ଗ୍ରାହକ ସାଓମି ସ୍ମାର୍ଟଫୋନ୍‌ ଉପରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼ ପାଇପାରିବେ।

ଏମ୍‌ଆଇ ଅଫିସିଆଲ ୱେବସାଇଟ୍‌ ଯାଇ ଗ୍ରାହକ ସୁପର୍‌ ସେଲ୍‌ର ଲିଙ୍କ୍‌ ପାଇପାରିବେ। ଏହି ସୁପରସେଲ୍‌ରେ ସାମିଲ ହୋଇଛି ରେଡ୍‌ମି ନୋଟ୍‌ ୭ ପ୍ରୋ, ରେଡ୍‌ମି ନୋଟ୍‌ ୭ ଏସ୍‌, ରେଡ୍‌ମି ୭ ଏ, ରେଡ୍‌ମି ୭, ରେଡ୍‌ମି କେ୨୦, କେ୨୦ ପ୍ରୋ, ରେଡ୍‌ମି ଗୋ ଏବଂ ପୋକୋ ଏଫ୍‌୧ ଭଳି ଜବରଦସ୍ତ ସ୍ମାର୍ଟଫୋନ।

ଏମ୍‌ଆଇ ସୁପର୍‌ ସେଲ୍‌ରେ Redmi Note 7s ଉପରେ ଗ୍ରାହକ ୪ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼ ପାଇପାରିବେ। ଗ୍ରାହକ ଏହାକୁ ବର୍ତ୍ତମାନ ୮,୯୯୯ ଟଙ୍କାରେ କିଣି ପାରିବେ। ସେହିପରି Redmi K20 Pro ସ୍ମାର୍ଟଫୋନ୍‌ ଉପରେ ମଧ୍ୟ ୩ ହଜାର ଟଙ୍କାର ରିହାତି ମିଳୁଛି। ଗ୍ରାହକ ଏହାକୁ ୨୫,୯୯୯ ଟଙ୍କାରେ କିଣି ପାରିବେ।

ଏହି ସେଲ୍‌ରେ Redmi 7A ସ୍ମାର୍ଟଫୋନ୍‌ ଉପରେ ୧୨୦୦ ଟଙ୍କାର ରିହାତି ମିଳୁଛି। ବର୍ତ୍ତମାନ ଗ୍ରାହକ ଏହାକୁ ୫,୪୯୯ ଟଙ୍କାରେ କିଣି ପାରିବେ। ସେହିପରି Redmi Go ସ୍ମାର୍ଟଫୋନ ଉପରେ ୧୫୦୦ ଟଙ୍କାର ରିହାତି ମିଳୁଛି। ଗ୍ରାହକ ଏହାକୁ ମାତ୍ର ୪,୪୯୯ ଟଙ୍କାରେ କିଣି ପାରିବେ।

ସେହିପରି Redmi Note 7 Pro ସ୍ମାର୍ଟଫୋନ ଉପରେ ମଧ୍ୟ ଗ୍ରାହକ ୪୦୦୦ ଟଙ୍କା ଛାଡ଼ ମିଳୁଛି। ଗ୍ରାହକ ଏହାର ପ୍ରାରମ୍ଭିକ ଭାରିଏଣ୍ଟ୍‌କୁ ଏବେ ମାତ୍ର ୧୧,୯୯୯ଟଙ୍କାରେ କିଣିପାରିବେ। ଯଦି ଏହାକୁ ଏକ୍ସଚେଞ୍ଜ ଅଫର୍‌ରେ କିଣିବାକୁ ଚାହିଁବେ, ତେବେ ଏହା ଆପଣଙ୍କୁ ମାତ୍ର ୭,୫୦୦ ଟଙ୍କା ପଡ଼ିବ।

ଏମ୍‌ଆଇ ସୁପର ସେଲ୍‌ ସମୟରେ Redmi K20 ସ୍ମାର୍ଟଫୋନ ଉପରେ ଆପଣଙ୍କୁ ୩ ହଜାର ଟଙ୍କାର ରିହାତି ମିଳୁଛି। ଆପଣ ଏହାକୁ ୧୯,୯୯୯ ଟଙ୍କାରେ କିଣି ପାରିବେ। ତେବେ ସବୁଠାରୁ ଜବରଦସ୍ତ ସ୍ମାର୍ଟଫୋନ କୁହାଯାଉଥିବା Poco F1 ସ୍ମାର୍ଟଫୋନ ସୁପର୍‌ ସେଲ୍‌ରେ ୧୪,୯୯୯ଟଙ୍କାରେ ମିଳୁଛି। ଏଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୮୪୫ ଅକ୍ଟାକୋର ପ୍ରୋସେସର ଥିବା ବେଳେ ୪ ହଜାର ଏମ୍‌ଏଏଚ୍‌ର ବ୍ୟାଟେରୀ ମଧ୍ୟ ଦିଆଯାଇଛି।

Comment