ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ। ଟ୍ରେନଟି ରାୟଗଡ଼ା ରେଳ ଷ୍ଟେସନ ୬ ନମ୍ଵର ପ୍ଲାଟଫର୍ମରେ ଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି।

ଏକ କୋଇଲା ବୋଝେଇ ଟ୍ରେନ ରାୟଗଡ଼ା ରେଳ ଷ୍ଟେସନରେ ଅଟକି ଥିଲା। ଏହା ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିଲା ଏହି କୋଇଲା ବୋଝେଇ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ପିତାମହଲଠାରେ ରେଳବାଇ କର୍ମଚାରୀ ଷ୍ଟେସନ ମାଷ୍ଟ୍ରଙ୍କୁ ସୂଚନା ଦେଇଥିଲେ। ଟ୍ରେନର ୪ଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ କେମିତି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ।

Comment