ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାତ୍ର ୧୭ ମିନିଟ୍‌ରେ ଆପଣଙ୍କ ସ୍ମାର୍ଟଫୋନର ବ୍ୟାଟେରୀ ଫୁଲ୍‌ ହୋଇଯିବ। ଏମିତି ଏକ ଟେକ୍ନୋଲୋଜି ଆଣୁଛି ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି। ଏହାକୁ ସୁପର ଫାଷ୍ଟ ଚାର୍ଜିଂ ବୋଲି କୁହାଯାଉଛି।

ବାସ୍ତବରେ ଏହା ହେଉଛି ୧୦୦ ୱାଟ୍‌ର ଫାଷ୍ଟ ଚାର୍ଜିଂ। ଏହା ଦ୍ୱାରା ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ ମାତ୍ର ୧୭ ମିନିଟ୍‌ରେ ଫୁଲ୍‌ ଚାର୍ଜ ହୋଇଯିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ଏନେଇ କମ୍ପାନି ପକ୍ଷରୁ ଏହାର ଟେଷ୍ଟ ଜାରି ରହିଛି।

ଏହା ପୂର୍ବରୁ ଭିଭୋ ମଧ୍ୟ ୧୨୦ ୱାଟ୍‌ର ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜିର ଟେଷ୍ଟିଂ କରିଛି। ସେହିପରି ଓପୋର ମଧ୍ୟ ଏହାର ଭିଓଓସି ଫାଷ୍ଟ ଚାର୍ଜିଂ ରହିଛି। ତେବେ ବର୍ତ୍ତମାନ ସୁପର ଫାଷ୍ଟ ଚାର୍ଜିଂର ଟେଷ୍ଟିଂ ଆରମ୍ଭ କରିଛି ସାଓମି। ଆସନ୍ତା ବର୍ଷ କମ୍ପାନି ଏହି ଟେକ୍ନୋଲୋଜି ସହ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିପାରେ।

ବର୍ତ୍ତମାନ ପ୍ରାୟ ସବୁ ସ୍ମାର୍ଟଫୋନ୍‌ କମ୍ପାନିମାନେ ଫାଷ୍ଟ ଚାର୍ଜିଂ ସୁବିଧା ଯୋଗାଇ ଦେଉଛନ୍ତି। ନିକଟରେ ରିୟଲମି କମ୍ପାନି ୫୦ ୱାଟ୍‌ ଚାର୍ଜିଂ ସପୋର୍ଟ ସହ ସ୍ମାର୍ଟଫୋନ ଲଞ୍ଚ୍‌ କରିଥିଲା। ଏହି ସ୍ମାର୍ଟଫୋନ୍‌ ମାତ୍ର ୩୫ ମିନିଟ୍‌ ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀକୁ ଫୁଲ୍‌ ଚାର୍ଜ କରିପାରୁଥିବା କମ୍ପାନି ପକ୍ଷରୁ ଦାବି ହୋଇଥିଲା।

Comment