ଓଡ଼ିଶାଲାଇଭ୍ ଏଣ୍ଟରଟେନ୍ମେଣ୍ଟ ବ୍ୟୁରୋ

ଫିଲ୍ମର ନାଁ ‘ମୋଦୀ ଜି କି ବେଟୀ’। ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ଫିଲ୍ମର ବିଷୟବସ୍ତୁ ବିଷୟରେ କୌଣସି ସୂଚନା ମିଲିନଥିବା ବେଳେ ଏହା ଏକ କମେଡି ଆକ୍ସନ ଫିଲ୍ମ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଫିଲ୍ମର ସୁଟିଂ ଚାଲିଛି। ଏହି ଫିଲ୍ମକୁ ନିର୍ମାଣ କରୁଛନ୍ତି ଜଣେ ବିଜ୍ଞାପନ ନିର୍ମାତା ଏଡି ସିଂହ। ଏହି ଫିଲ୍ମ ଜରିଆରେ ଏଡି ସିଂହ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି।
ଗୋଆରେ ଚାଲୁଥିବା ନ୍ୟସନାଲ ଫିଲ୍ମ ଡେଭେଲୋପମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(ଏନ୍ଏଫ୍ଡିସି)ର ଫିଲ୍ମ ବଜାରରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ଫିଲ୍ମ ‘ମୋଦୀ ଜି କି ବେଟୀ’। ଏହି ଫିଲ୍ମକୁ ନେଇ ନିର୍ଦ୍ଦେଶକ ଏଡି ସିଂହ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।
ଫିଲ୍ମର ବିଷୟବସ୍ତୁ ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ ଫିଲ୍ମର ଟାଇଟେଲ ସଙ୍ଗୀତ ୟୁଟ୍ୟୁବ୍ରେ ରିଲିଜ ହୋଇଥିବା ସୂଚନା ମିଳିଛି। ତେବେ ଖୁବ୍ଶୀଘ୍ର ଫିଲ୍ମର ଟ୍ରେଲର ଆସିବ ବୋଲି ଶୁଣିବାକୁ ମିଳିଛି।















