ଓଡ଼ିଶାଲାଇଭ୍ ବ୍ୟୁରୋ

ସୁସ୍ଥ ଶରୀର ପାଇଁ ଖାଦ୍ୟପେୟ ଯେତିକି ଜରୁରୀ, ସେହିଭଳି ଉଚିତ ପରିମାଣର ଶୋଇବା ବି ଜରୁରୀ। ହେଲେ ବେଳେ ବେଳେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆମକୁ ନିଦ ଠିକ୍‌ସେ ହୋଇ ନ ଥାଏ। ତେବେ ଜାଣନ୍ତୁ ନିଦ ନ ହେବାର ଲକ୍ଷଣ, କାରଣ ଓ ନିରାକରଣ।

ଲକ୍ଷଣ:

ଠିକ୍‌ରେ ଶୋଇ ନ ପାରିବା

ବାରମ୍ବାର ନିଦ ଭାଙ୍ଗିବା

ରାତିରେ ଶୋଇକି ଉଠିବା ପରେ ସତେଜ ନ ଲାଗିବା

ନ ଶୋଇବା ଫଳରେ ମୁଣ୍ଡ ବିନ୍ଧିବା

କାରଣ:

ରାତିରେ ନୀଦ ନ ହେବା ବଂଶଗତ କାରଣ ହୋଇପାରେ।

ଉଜ୍ୱଳ ଆଲୋକ ସଂସ୍ପର୍ଶରେ ବେଶୀ ସମୟ ରହିବା ଫଳରେ ବି ନିଦ ହୋଇ ନଥାଏ।

ରାତିରେ ଶୋଇବା ପୂର୍ବରୁ ମୋବାଇଲ, ଟିଭି, କମ୍ପ୍ୟୁଟର ବା ଲାପଟପ୍‌ ସମ୍ନାରେ ବେଶୀ ସମୟ ରହିବା ଫଳରେ ବି ରାତିରେ ନିଦ ହୋଇ ନ ଥାଏ।

ମାନସିକ ଚାପ ବଢ଼ିବା

ଅତ୍ୟଧିକ ଔଷଧ ସେବନ

ରାତିରେ ନିଦ ନ ହେବା କାରଣରୁ ହରମୋନ୍‌ରେ ଅସନ୍ତୁଳନ ହୋଇଥାଏ। ଗ୍ୟାସ୍‌ଟ୍ରିକ୍‌, ମେଦ ବହୁଳତା, ଡାଇବେଟିସ୍‌ ଓ ହାଇପ୍ଲଡ୍‌ପ୍ରେସର ଭଳି ସମସ୍ୟା ଦେଖା ଦେଇଥାଏ।

ପ୍ରତିକାର

ଶୋଇବା ବେଳେ ଲାଇଟ୍‌ ବନ୍ଦ କରି ଶୁଅନ୍ତୁ।

ଶୋଇବାର କିଛି ସମୟ ପୂର୍ବରୁ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ। ଫଳରେ ଭଲ ନିଦ ହୋଇଥାଏ।

LEAVE A REPLY

Please enter your comment!
Please enter your name here