ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କୁଟି ଡିକି ଭାଙ୍ଗି ଲୁଟି ନେଲେ ସାଢ଼େ ୪ ଲକ୍ଷ ଟଙ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଟାଉନ ଥାନା ଛକ ନିକଟରେ। ଟଙ୍କା ଲୁଟିବା ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଛନ୍ତି। ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୋମବାର ଅପରାହ୍‌ଣରେ ଜଣେ ବ୍ୟକ୍ତି ତାଙ୍କ ସ୍କୁଟି ଡିକିରେ ସାଢ଼େ ୪ ଲକ୍ଷ ଟଙ୍କା ନେଇ କୌଣସି ଏକ କାମରେ ଯାଉଥିଲେ। ପରେ ଟାଉନ ଥାନା ଏସ୍‌ବିଆଇ ଛକରେ ସେ ସ୍କୁଟି ରଖି କାମରେ ଯାଇଥିଲେ। ସେହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ।

ଏନେଇ ବ୍ୟକ୍ତି ଜଣକ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment