ଓଡିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଆନନ୍ଦପୁର ପୌର ପରିଷଦକୁ ସଟ୍‌ଡାଉନ୍ ଘୋଷଣା କରାଯାଇଛି।

ଜିଲ୍ଲା ପ୍ରଶାସନର ଘୋଷଣା ଅନୁଯାୟୀ, ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ। ତେବେ ବଡ଼ବିଲରେ ସଟ୍‌ଡାଉନ୍‌ କୋହଳ କରାଯାଇଛି। ଏଠାରେ ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏଁ ଦୋକାନ ଖୋଲା ରହିବ। ଏଥିସହ ବଡ଼ବିଲରେ ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୁଳକଳା ପଞ୍ଚାୟତ, କବିତ୍ରାସ୍ଥିତ ନିର୍ମାଣାଧୀନ ମେଡିକାଲ କଲେଜକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏଥିସହ ବାଂଶପାଳସ୍ଥିତ ଏକ ଘରୋଇ ଇସ୍ପାତ କାରଖାନାକୁ ୧୪ ଦିନ ପର୍ଯ୍ୟନ୍ତ ସିଲ୍ କରାଯାଇଛି।

ବର୍ତ୍ତମାନ ସୁଦ୍ଧା କେନ୍ଦୁଝରରୁ ୬୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୮୪ ଜଣ ସୁସ୍ଥ ହୋଇଥିବା ବେଳେ ୨୨୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment