ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ପୁରୁଣା ଗାଡ଼ି ମାଲିକଙ୍କୁ ମିଳିଲା ଆଶ୍ୱସ୍ତି। ଓଡ଼ିଶାରେ ବନ୍ଦ ହେବନି ୧୫ ବର୍ଷ ପୁରୁଣା ଗାଡ଼ି। ମଙ୍ଗଳବାର ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟୁଇଟରରେ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଗାଡ଼ି ମାଲିକ ନିଜ ୧୫ ବର୍ଷ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ(ଆର୍‌ସି) ରିନ୍ୟୁ କରିପାରିବେ। ଗାଡ଼ିର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ବୈଧ ଥିବା ଯାଏଁ ରେଜିଷ୍ଟ୍ରେସନ ବୈଧ ରହିବ।

ଆସନ୍ତା ଡିସେମ୍ବର ୧ରୁ ରାଜ୍ୟ ସରକାର କଡ଼ାକଡ଼ି ଭାବେ ନୂଆ ମୋଟର ଯାନ ଆଇନ୍ ଲାଗୁ କରିବାକୁ ଯାଉଛନ୍ତି। ତେବେ ନୂଆ ନିୟମ ଅନୁସାରେ ୧୫ବର୍ଷରୁ ଅଧିକ ବର୍ଷର ଗାଡ଼ି ଉପରେ କଟକଣା ଲଗାଯିବ ବୋଲି ଶୁଣିବାକୁ ମିଳିଥିଲା। ମଙ୍ଗଳବାର ପରିବହନ ବିଭାଗ ପକ୍ଷରୁ ୧୫ ବର୍ଷ ପୁରୁଣା ଗାଡ଼ି ବନ୍ଦ ହେବନି ବୋଲି ସୂଚନା ଦିଆଯାଇଛି।

Comment