ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ଜାମିନ। ଓଡ଼ିଶା ହାଇକୋର୍ଟ ଆଶୀର୍ବାଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଦେଢ଼ ଲକ୍ଷ ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି।

ଅନ୍ୟପକ୍ଷରେ କୋର୍ଟରେ ଆଶୀର୍ବାଦଙ୍କ ପାସ୍‌ପୋର୍ଟ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି।

ଚିଟ୍‌ଫଣ୍ଡ ମାମଲାରେ ଗତ ସେପ୍ଟେମ୍ବର ୧୯ ତାରିଖରେ ସିବିଆଇ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଥିଲା। ଏଡାପରେ ତାଙ୍କୁ ଜେଲ୍‌ ପଠାଇଦିଆଯାଇଥିଲା। ମଙ୍ଗଳବାର ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

Comment