ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ ହୋଇଥିବା ଉପ- ନିର୍ବାଚନର ଗୁରୁବାର ଫଳାଫଳ ବାହାରିଛି। ଏହି ନିର୍ବାଚନରେ ବିଜେପି ଉପରେ ଭାରି ପଡ଼ିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ କରାଯାଇଥିଲା। ଯେଉଁଥିରେ ୩ଟି ଯାକ ସିଟ୍ ଅକ୍ତିଆର କରିଛି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ।ପଶ୍ଚିମବଙ୍ଗର କାଳିଆଗଞ୍ଜ, କରୀମପୁର ଓ ଖଡଗପୁର ସଦରରେ ତୃଣମୁଳ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଟିଏମ୍‌ସି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ହରାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଉତ୍ତରାଖଣ୍ଡର ପିଥୋରାଗଡ଼ ଆସନରେ ବିଜେପି ବଜୟ ହାସଲ କରିଛି।

Comment