ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନୁଗୁଳରେ ଫ୍ଲାଟ୍‌ କିଣିବାକୁ ଇଚ୍ଛୁକ କି? ତେବେ ଜଲଦି ବୁକ୍‌ କରନ୍ତୁ। ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ବିକୁଛି ଫ୍ଲାଟ୍‌ ଏବଂ ଏହାକୁ ବୁକ୍‌ କରିବା ପାଇଁ ୩୦ ନଭେମ୍ଵର ସୁଦ୍ଧା ଆବେଦନ କରିପାରିବେ।

‘ଅନୁଗୁଳ ଏନ୍‌କ୍ଲେଭ୍‌’ ନାମକ ଏହି ଆପାର୍ଟମେଣ୍ଟ ସହରର କେନ୍ଦ୍ରୀୟ ସ୍ଥାନରେ ରହିଛି। ଏହି ଆପାର୍ଟମେଣ୍ଟରେ ମୋଟ୍‌ ୬୧୩ଟି ଫ୍ଲାଟ୍‌ ରହିଛି। ଏହାସହ ଫ୍ଲାଟ୍‌ ନିକଟରେ ଜିଲ୍ଲା ହସ୍ପିଟାଲ, ଡେଲି ମାର୍କେଟ, ବସ୍‌ଷ୍ଟାଣ୍ଡ ଓ ରେଲଓ୍ଵେ ଷ୍ଟେସନ୍‌ ରହିଛି।

କ’ଣ ରହିଛି ସୁବିଧା?

ଆପାର୍ଟମେଣ୍ଟର ଫ୍ଲାଟ୍‌ଗୁଡ଼ିକ ୧ ବିଏଚ୍‌କେ, ୨ ବିଏଚ୍‌କେ ଏବଂ ୩ ବିଏଚ୍‌କେ ବିଶିଷ୍ଟ।

ଫ୍ଲାଟ୍‌ଗୁଡ଼ିକ ସମ୍ପୂର୍ଣ୍ଣ ରେଡି ଟୁ ୟୁଜ୍‌।

ଏହି ଫ୍ଲାଟ୍‌ଗୁଡ଼ିକରେ ଉପଯୁକ୍ତ ଖୋଲାସ୍ଥାନ ରହିଛି।

ଅନ୍‌ଲାଇନ୍‌ରେ କରିପାରିବେ ଆବେଦନ

ଏହି ଫ୍ଲାଟ୍‌ କିଣିବା ପାଇଁ ହାଉସିଂବୋର୍ଡର ଅଫିସିଆଲ ଓ୍ୱେବ୍‌ସାଇଟ୍‌  https://oshb.org କୁ ଯାଇ ଆବେଦନ କରିପାରିବେ। ଅଧିକ ତଥ୍ୟ ପାଇଁ ଫୋନ ନମ୍ଵର ୯୮୬୧୨୧୧୮୨୦, ୯୦୯୦୩୭୩୬୪୧, ୯୪୩୭୨୨୮୪୪୪,୯୮୬୧୦୩୨୪୩୬ରେ ଯୋଗାଯୋଗ କରିପାରିବେ।

ଯଦି ଫ୍ଲାଟ୍ କିଣିବା ପାଇଁ ଲୋନ ଆଣିବାକୁ ଚାହୁଁଛନ୍ତି ତେବେ ଓଡ଼ିଶା ରାଜ୍ୟ ହାଉସିଙ୍ଗ ବୋର୍ଡ ସହଟାଇ ଅପ କରିଥିବା ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ନେଇ ପାରିବେ।

ଫ୍ଲାଟ୍‌ କିଣିବା ପାଇଁ ସମସ୍ତ ଟଙ୍କା ଅନ୍‌ଲାଇନ୍‌ ମାଧ୍ୟମରେ ପୈଠ କରିପାରିବେ। ଅଧିକ ବିବରଣୀ ପାଇଁ  https://oshb.org ଓ୍ୱେବ୍‌ସାଇଟ୍‌ରେ ପାଇପାରିବେ।

Comment