ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମନ୍ୟ ଝଗଡ଼ାରୁ ଯୁବକଙ୍କ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ନୟାଗଡ଼ ଜିଲ୍ଲା ଓଡ଼ଙ୍ଗା ଥାନା ବାହାଡ଼ଝୋଲା ଭଟ୍ଟସାହିର ଏଭଳି ଜଘନ୍ୟ ଘଟଣା ଘଟିଛି।

ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ତୁଟାଉଥିବା ବ୍ୟକ୍ତି ଆକ୍ରମଣର ଶିକାର ହୋଇଛନ୍ତି। ଗଣ୍ଡଗୋଳରେ ଗୁରୁତର ଥିବା ବ୍ୟକ୍ତି ହେଲେ ନିରଞ୍ଜନ ସିଂହ ଓ ତାଙ୍କ ମୃତ ପତ୍ନୀ ହେଲେ ମୀନା ସିଂହ।

ନିରଞ୍ଜନ ଓ ମୀନା ଶୁକ୍ରବାର ରାତିରେ ଏକ ବାହାଘର ଭୋଜିକୁ ଯାଇଥିଲେ। ସେହି ଭୋଜିରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିଲା ବେଳେ ଉଭୟଙ୍କୁ ବୁଝାଉଥିଲେ ନିରଞ୍ଜନ। ଏତିକି ବେଳେ ଉତ୍ତ୍ୟକ୍ତ ଯୁବକ ନିରଞ୍ଜନ ଓ ତାଙ୍କ ପତ୍ନୀ ମୀନାଙ୍କୁ ଆକ୍ରମଣ କରିଥିଲେ। ଫଳରେ ମୀନାଙ୍କ ମୃତ୍ୟୁ ଘଟିଥିଲା ବେଳେ ନିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ହତ୍ୟାକାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି।

Comment