ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ବଢ଼ି ଚାଲିଛି ପିଆଜ ଦର। ଏବେ ଆଉ କିଲୋ କି ଅଢେଇଶ ନୁହେଁ ଗୋଟିଏ ପିଆଜକୁ କେତେ ଟଙ୍କା ବୋଲି ପଚାରୁଛନ୍ତି ଗ୍ରାହକ।  ଗୋଟିଏ ପଟେ ପିଆଜର ଅହେତୁକ ଦର ବୃଦ୍ଧିରେ ଲୋକଙ୍କ ଆଖିରୁ ପାଣି ବୋହୁଥିଲା ବେଳେ ସୋସିଆଲ ମିଡିଆରେ କିନ୍ତୁ ପିଆଜ ଦର ଏକ ଟ୍ରେଣ୍ଡ ପାଲିଟିଛି।

ପିଆଜକୁ ନେଇ ବିଭିନ୍ନ ବ୍ୟଙ୍ଗାତ୍ମକ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ସେହିପରି ଟିକ୍‌ଟକ୍‌ରେ ମଧ୍ୟ ପିଆଜକୁ ନେଇ ଲୋକେ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ କରୁଛନ୍ତି, ଯାହାକୁ ନେଇ ଲୋକେ ହସି ହସି ବେଦମ୍‌ ହେଉଛନ୍ତି।

କେଉଁଠି ବାହୁବଳୀ ପ୍ରଭାସ ହାତରେ ଶିବ ଲିଙ୍ଗ ଜାଗାରେ ପିଆଜ ଉଠାଇଥିବା ଦେଖିବାକୁ ମିଳିଛି ତ କେଉଁଠି ଆଇଫୋନ୍‌ ବଦଳରେ ଲୋକ ପିଆଜ କିଣୁଥିବା ଦେଖିବାକୁ ମିଳିଛି। ସେହିପରି କେହି ପିଆଜକୁ କାନଫୁଲ କରି, ହାର କରି ଏବଂ ମୁଣ୍ଡରେ ଗଜରା କରି ଲଗାଉଥିବା ଦେଖିବାକୁ ମିଳିଛି।

ବିଭିନ୍ନ ଢଙ୍ଗରେ ବ୍ୟଙ୍ଗାତ୍ମକ ଭାବେ ଭିଡିଓ ପୋଷ୍ଟ ହେଲେ ବି ପିଆଜ ଦର କମିବାର ନାଁ ନେଉନାହିଁ। ଗୁରୁବାର ପିଆଜ ଦର ୧୫୦ ଟଙ୍କାରେ ପହଞ୍ଚିଛି। କଟକ ଛତ୍ରବଜାରରେ ପିଆଜ କେଜି ୧୫୦ ଟଙ୍କା ହୋଇଛି।

LEAVE A REPLY

Please enter your comment!
Please enter your name here