ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖାଉଟିଙ୍କ ପାଇଁ ଦୁଃଖ ଖବର। ଦେଶରେ ପିଆଜ ଦର ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଇଛି। ଦେଶର ସବୁଠାରୁ ବଡ଼ ପିଆଜ ଉତ୍ପାଦନ ରାଜ୍ୟ ମହାରାଷ୍ଟ୍ରରେ ବର୍ଷା। ଲଗାଣ ବର୍ଷା ଯୋଗୁଁ ପିଆଜ ଚାଷୀ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଫଳରେ ପିଆଜ ଆମଦାନୀରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଆଗାମୀ ଦିନରେ ପିଆଜ ଦର ବୃଦ୍ଧି ନେଇ ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ସାରା ବିଶ୍ୱକୁ ପିଆଜ ଯୋଗାଉଥିବା ତୁର୍କୀ ଭାରତକୁ ପିଆଜ ରିପ୍ତାନୀ କରିବାକୁ ମନା କରିଦେଇଛି। ପିଆଜ ଦର ବୃଦ୍ଧି ନେଇ ଏହା ଏକ ବଡ଼ କାରଣ ସାବ୍ୟସ୍ତ ହୋଇଛି।

ଗତ ୪ ମାସ ହେଲାଇଁ ସାରା ଦେଶକୁ ପିଆଜ କନ୍ଦାଉଛି। କିଲୋଗ୍ରାମ ପିଛା ୧୫୦ ଉପରେ ବିକ୍ରି ହେଉଥିବା ପିଆଜ କିଣିବା ପାଇଁ ସାଧାରଣ ଖାଉଟି ସକ୍ଷମ ହୋଇପାରୁନାହାନ୍ତି। ତେବେ ଗତ କିଛି ଦିନ ମଧ୍ୟରେ ପିଆଜ ଦର ସମାନ୍ୟ କମି କିଲୋ ପିଛା ପ୍ରାୟ ୧୦୦ଟଙ୍କାରେ ବିକ୍ରି ହେଉଛି। ହେଲେ ବର୍ତ୍ତମାନ ପିଆଜ ଦର ଆହୁରି ବଢ଼ିବା ଖବର ଆସିବା ପରେ ଖାଉଟି ମୁଣ୍ଡରେ ଚିନ୍ତା।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

LEAVE A REPLY

Please enter your comment!
Please enter your name here