ଓଡ଼ିଶାଲାଇଭ୍ ବ୍ୟୁରୋ

ପିଆଜ ନାଁ କହିଲେ ଲୋକଙ୍କୁ ଏବେ ଡର ଲାଗୁଛି। ପିଆଜ ଦାମ୍ ଯେତିକି ଅଛି ସାଧାରଣ ଲୋକଠୁ ଆରମ୍ଭ କରି ବାବୁ ସାହେବ୍ ପର୍ଯ୍ୟନ୍ତ ସମସ୍ତେ ଏବେ ଚିନ୍ତାରେ। ପିଆଜ ଦର ଦିନକୁ ଦିନ ହାଟ୍ରିକ୍‌ ମାରୁଛି। ପିଆଜ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ବୁଧବାର ପିଆଜ କିଲୋପିଚ୍ଛା ୧୨୦ ଟଙ୍କା ଥିବା ବେଳେ ଆଜି ୧୫୦କୁ ଛୁଇଁଲାଣି। କଟକରେ ଏବେ ବ୍ୟବସାୟୀମାନେ ୧୫୦ ଟଙ୍କାରେ ବିକ୍ରି କରୁଛନ୍ତି।

ପିଆଜ ଦର ଏତେ ହେଲାଣି ଯେ ଖାଉଟି କିଲୋଗ୍ରାମ୍‌ ଜାଗାରେ ଅଢ଼େଇଶ କିଣୁଛନ୍ତି। କିଛି ଖାଉଟି ବିନା ପିଆଜରେ ବି ରୋଷେଇ କରୁଛନ୍ତି।

ଡିସେମ୍ବର ଶେଷ ସୁଦ୍ଧା ବା ଜାନୁଆରି ପହିଲା ସୁଦ୍ଧା ପିଆଜ ଦର କମିବ ବୋଲି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁଲଭ ଦରରେ ଲୋକଙ୍କୁ ପିଆଜ ଯୋଗାଇବାକୁ ୨୫୬ଟି ସୁଲଭ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ସେଠାରେ ଶସ୍ତାରେ ପିଆଜ ଯୋଗାଇ ଦିଆଯାଉଛି।

ପିଆଜ ଓଡ଼ିଶାକୁ ଯେତିକି ଆସିବା କଥା ତାହା ଆସୁନି। ଗୋଦାମରେ ଯେତିକି ଅଛି ତାହା ଶେଷ ହେବାକୁ ବସିଲାଣି। ଜାନୁଆରୀ ମାସ ସୁଦ୍ଧା ଯଦି ନୂଆ ପିଆଜ ବଜାରକୁ ନଆସେ ତାହାଲେ ଦର ୨୦୦ ଛୁଇଁବ ବୋଲି କୁହାଯାଉଛି।

ଅନ୍ୟପଟେ ମାର୍କେଟ୍‌ରେ ଦୁଇ ପ୍ରକାର ପିଆଜ ମିଳୁଛି। ଦୁଇପ୍ରକାର ପିଆଜର ଦର ଅଲଗା ଅଲଗା ରଖିଛନ୍ତି ବ୍ୟବସାୟୀ।

Comment