ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ପିଆଜ କାଟିବା ବେଳେ ପ୍ରାୟ ଲୋକଙ୍କ ଆଖିରୁ ଲୁହ ବୋହିଥାଏ। ପିଆଜରେ ଥିବା ସିନ୍‌ଥେସ୍‌ ଏନ୍‌ଜାଇମ୍‌ କାରଣରୁ ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରିଥାଏ। ହେଲେ ଆପଣ କିଛି ଘରୋଇ ଟିପ୍ସ ଆପଣେଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ପିଆଜ କାଟିବା ପୂର୍ବରୁ ପିଆଜକୁ ୫ରୁ ୧୦ ମିନିଟ୍‌ ପାଣିରେ ବୁଡ଼ାଇ ଦିଅନ୍ତୁ। ଫଳରେ ପିଆଜରେ ଥିବା ଏସିଡିକ ଏନ୍‌ଜାଇମ୍‌ ବାହାରିଯାଏ। ଏହାପରେ ପିଆଜ କାଟିଲେ ଆଖିରୁ ଲୁହ ବାହାରି ନଥାଏ।

ଗରମ ପାଣି ପାଖରେ ପିଆଜ କାଟିଲେ ଆଖି ପୋଡ଼ି ନଥାଏ। ପିଆଜରୁ ବାହାରୁଥିବା ଏସିଡକୁ ଗରମ ପାଣିର ବାମ୍ଫ ଟାଣି ନେଇଥାଏ। ଗୋଟେ ପାତ୍ରରେ ଗରମ ପାଣି ରଖିବେ, ତା’ର ଠିକ୍‌ ପାଖରେ ପିଆଜ କାଟିବେ। ଏଭଳି କରିବା ଫଳରେ ଆଖତରୁ ଲୁହ ବାହାରି ନଥାଏ।

ପିଆଜ କାଟିବା ବେଳେ ଆପଣ ଚୁଇଙ୍ଗମ୍‌ ଚୋବାଇ ପାରିବେ। ଚୁଇଙ୍ଗମ୍‌ ଚୋବାଇ ପିଆଜ କାଟିଲା ବେଳେ ଆପଣ ପାଟି ବାଟେ ନିଶ୍ୱାସ ନେବେ। ଫଳରେ ପିଆଜର ଗ୍ୟାସ୍‌ ନାକ ବାଟେ କମ୍‌ ଯାଏ। ଫଳରେ ଆଖି ପୋଡ଼ି ନଥାଏ।

LEAVE A REPLY

Please enter your comment!
Please enter your name here