ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧଙ୍କରଙ୍କ ମଧ୍ୟରେ ଦିନକୁ ଦିନ ବିବାଦ ବଢ଼ିଛାଲିଛି। ଏହାରି ମଧ୍ୟରେ ଆଜି ଆଉ ଏକ ଘଟଣା ଘଟିଛି ଯାହା ଉଭୟଙ୍କ ବିବାଦକୁ ଆହୁରି ବଢ଼ାଇବ।

ଗୁରବାର ସକାଳର ଘଟଣା। ବିଧାନସଭାକୁ ରାଜ୍ୟପାଳ ଧଙ୍କର ପ୍ରବେଶ କରୁଥିଲା ବେଳେ ତାଙ୍କ ପାଇଁ ଗେଟ୍‌ ବନ୍ଦ ରହିଥିଲା। ରାଜ୍ୟପାଳ ଓ ଅନ୍ୟ ଭିଭିଆପି ବ୍ୟକ୍ତିଙ୍କ ପାଇଁ ଉଦ୍ଧିଷ୍ଟ ଗେଟରେ ତାଲା ପଡ଼ିଥିବାରୁ ସେ ଅନ୍ୟ ଗେଟରେ ବିଧାନସଭା ଭିତରକୁ ପ୍ରବେଶ କରିଥିଲେ, ହେଲେ ଗେଟ ବନ୍ଦ ରହିଥିବାରୁ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିଥିଲେ।

‘‘ଅଧିବଶେନ ବନ୍ଦ ଥିଲେ ବି ବିଧାନସଭା ଓ ସଚିବାଳୟ ବର୍ଷ ସାରା ଖୋଲା ରହିବା କଥା। ଏଭଳି ଘଟଣା ଯୋଗୁଁ ମୁଁ ଅପମାନିତ ହେଉନାହିଁ ବରଂ ଗଣତନ୍ତ୍ର ପ୍ରତି ଅପମାନ ହେଉଛି’’, କହିଥିଲେ ରାଜ୍ୟପାଳ।

ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ବିଧାନସଭାର ଐତିହାସିକ ବିଲ୍ଡିଂ, ଲାଇବ୍ରେରୀ ଦେଖିବାକୁ ଆସିଥିଲେ। ବିଧାନସଭା ଆସିବା ପାଇଁ ନେଇ ସେ ଲିଖିତ ଭାବରେ ସୂଚନା ମଧ୍ୟ ଦେଇଥିଲେ। ତା’ ପରେ ଗେଟ ଖୋଲନଥିଲା। ମଙ୍ଗଳବାର ଠାରୁ ପଶ୍ଚିମବଙ୍ଗ ବିଧାନସଭା ମୁଲତବୀ ରହିଛି।

LEAVE A REPLY

Please enter your comment!
Please enter your name here