ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓ ଗ୍ରାହକଙ୍କ ପାଇଁ ଖୁସିର ଖବର। ଜିଓ ତାର ବନ୍ଦ ଥିବା ଦୁଇଟି ରିଚାର୍ଜ ପ୍ଲାନକୁ ପୁଣିଥରେ ଆରମ୍ଭ କରିଛି। କମ୍ପାନି ପକ୍ଷରୁ ବନ୍ଦ ହୋଇଥିବା ୧୪୯ ଓ ୯୮ ପ୍ଲାନକୁ ପୁଣିଥରେ ଆରମ୍ଭ କରାଯାଇଛି। ଡିସେମ୍ବର ୧ ତାରିଖରୁ ଏହି ଦୁଇଟି ପ୍ଲାନକୁ ଜିଓ ପକ୍ଷରୁ ବନ୍ଦ କରିଦିଆଯାଇଥିଲା। ତେବେ ଏୟାରଟେଲ୍ ଓ ଭୋଡାଫୋନ-ଆଇଡିଆର ନୂଆ ପ୍ଲାନକୁ ଟକ୍କର ଦେବା ପାଇଁ ଜିଓ ଏହି ପ୍ଲାନ୍‌କୁ ପୁଣିଥରେ ଆରମ୍ଭ କରିଛି।

ଜିଓର ୧୪୯ ଟଙ୍କିଆ ପ୍ଲାନ୍

ଏହି ପ୍ଲାନର ସମୟସୀମା ୨୪ ଦିନ ପାଇଁ ରଖାଯାଇଛି। ଏଥିରେ ଗ୍ରାହକମାନେ ପ୍ରତିଦିନ ୧ଜିବି ଡାଟା ପାଇପାରିବେ। ତାସହ ଜିଓରୁ ଜିଓ ଅନଲିମିଟେଡ୍ କଲ୍ ଓ ୩୦୦ମିନିଟ ପାଇଁ ଅନ୍ୟ ନେଟୱାର୍କକୁ ମାଗଣା କଲ୍ କରିପାରିବେ।

ଅନ୍ୟପଟେ ଏୟାରଟେଲ ୧୪୮ ଟଙ୍କିଆ ପ୍ଲାନରେ ଗ୍ରାହକମାନଙ୍କୁ ୨୮ ଦିନ ପାଇଁ ଅନଲିମିଟେଡ୍ କଲର ସୁବିଧା ଯୋଗାଇଦେଉଛି। ଏଥିରେ ଗ୍ରାହକମାନେ ମୋଟ ୨ ଜିବି ଡାଟା ପାଉଛନ୍ତି। ଏୟାରଟେଲର ଏହି ଅଫରକୁ ଟକ୍କର ଦେବା ପାଇଁ ଜିଓ ଏହି ୧୪୯ ପ୍ଲାନକୁ ପୁଣି ଆରମ୍ଭ କରିଛି।

ଜିଓର ୯୮ ଟଙ୍କିଆ ପ୍ଲାନ୍

ଜିଓର ୯୮ ଟଙ୍କିଆ ପ୍ଲାନରେ ଗ୍ରାହକମାନେ ଗୋଟିଏ ମାସ ପାଇଁ ମୋଟ୍ ୨ ଜିବି ଡାଟା ପାଇପାରିବେ। ଏହାସହ ଜିଓରୁ ଜିଓ ଅନଲିମିଟେଡ୍ କଲର ସୁବିଧା ଲୋକମାନେ ପାଇପାରିବେ। ଏହାସହ ୩୦୦ଟି ମାଗଣା ମେସେଜ କରିବାର ସୁବିଧା ଲୋକମାନେ ପାଇପାରିବେ। ତେବେ ଅନ୍ୟ ନେଟୱାର୍କକୁ କଲ୍ କରିବା ପାଇଁ ଗ୍ରାହକମାନଙ୍କୁ ଅଲଗା ଆଇୟୁସି ରିଚାର୍ଜ କରିବାକୁ ପଡ଼ିବ।

Comment