ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଡ଼ି ପାଉଁଶ ହୋଇଗଲା ୩୦ ବଖରା ଘର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ।

ଆଜି ସକାଳେ ଗାଁର ନୂଆ ସାହିରେ କୌଣସି କାରଣବସତଃ ଗୋଟିଏ ଘରେ ନିଆଁ ଲାଗିଯାଇଥିଲା। ଏହାପରେ ନିଆଁ ବ୍ୟାପି ଯାଇ ୩୦ରୁ ଅଧିକ ବଖରା ଘରେ ଲାଗିଯାଇଥିଲା।

ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗର ୨ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।

ଅଗ୍ନିକାଣ୍ଡ ହେବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ଏବଂ ପୋଡ଼ି ଯାଇଥିବା ସମ୍ପତ୍ତିର ମଧ୍ୟ ଆକଳନ ହୋଇପାରି ନାହିଁ।

Comment