ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା। ଏହି ଗୁଳିମାଡ଼ରେ ଆହତ ହୋଇଥିବା ଜଣେ ଔଷଧ ଦୋକାନୀଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା କେମିଷ୍ଟ ଡ୍ରଗିଷ୍ଟ ଆସୋସିଏସନ୍‌। ଏନେଇ ସୋମବାର ଖୋର୍ଦ୍ଧାର ସବୁ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଛି। ୨୪ ଘଣ୍ଟାରେ ଅଭିଯୁକ୍ତ ଗିରଫ ନହେଲେ ଆସନ୍ତା ୧୮ ତାରିଖରେ ଔଷଧ ଦୋକାନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ।

ରବିବାର ସନ୍ଧ୍ୟାରେ ଖୋର୍ଦ୍ଧାର ଏକ କ୍ଲିନିକରେ ପଶି କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ଏଥିରେ ଶିଶୁରୋଗ ବିଶେଷଜ୍ଞ ମାନସ ଦାସ ଓ ଔଷଧ ଦୋକାନୀ ଆହତ ହୋଇଥିଲେ। ସୋମବାର ସକାଳେ ଔଷଧ ଦୋକାନୀଙ୍କର ମୃତ୍ୟୁ ହୋଇଛି। ହେଲେ ଏଯାଏଁ ଅଭିଯୁକ୍ତଙ୍କ ସୁରାକ ପାଇ ପାରିନାହିଁ ପୋଲିସ।

Comment