ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାପ କାମୁଡ଼ା କାଳ ହେଉଛି। ଚଳିତବର୍ଷ ରାଜ୍ୟରେ ସାପ କାମୁଡ଼ାରେ ୬୦୪ ଜଣଙ୍କ ଜୀବନ ଯାଇଛି। ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ(ଏସ୍‌ଆର୍‌ସି) ପକ୍ଷରୁ ସୂଚନା ଦିଆଯାଇଛି।

ସାପ କାମୁଡ଼ାରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୩୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରେ ୨୬୬ ଜଣ ପ୍ରାଣ ହରାଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସାପ କାମୁଡ଼ାରେ ୨୮୭ ଜଣଙ୍କ ଜୀବନ ଯାଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୨୪୨ ଜଣଙ୍କ ମୃତ୍ୟୁ ହୋଇଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ୨୦୧୫ ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସର୍ପାଘାତରେ ମୋଟ ୩୪୨୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeChOJ141BO7qioQFpj

LEAVE A REPLY

Please enter your comment!
Please enter your name here