ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୬ତାରିଖରେ ମହାକାଶରେ ବିରଳ ସୂର୍ଯ୍ୟପରାଗ ଦେଖାଯିବ। ଓଡ଼ିଶାରେ ଏହି ସୂର୍ଯ୍ୟପରାଗ ଆଶିଂକ ଭାବେ ଦୃଶ୍ୟମାନ ହେବ। ସୂର୍ଯ୍ୟପରାଗ ପାଇଁ ୨୬ ତାରିଖରେ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଛୁଟି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ଡିସେମ୍ବର ୨୬ତାରିଖ ସକାଳ ୮ଟା ୨୦ ମିନିଟରୁ ଏହି ସୂର୍ଯ୍ୟପରାଗ ଆରମ୍ଭ ହେବ। ଏଥିରେ ଚନ୍ଦ୍ରଦ୍ୱାରା ସୂର୍ଯ୍ୟ ଘୋଡ଼େଇ ହୋଇଯିବ। ଫଳରେ ସୂର୍ଯ୍ୟଙ୍କ ଆଲୋକ ପୃଥିବୀ ଉପରେ ପଡ଼ିବ ନାହିଁ। ଏହି ପକ୍ରିୟା ଦିନ ୧୧ଟା ୨୮ମିନିଟ ବେଳକୁ ଶେଷ ହେବ ବୋଲି କୁହାଯାଇଛି।

Comment