ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ପିଆଜ ଦର ହୁ ହୁ ହୋଇ ବଢ଼ିବାକୁ ଲାଗିଛି। ଗତ କିଛି ମାସ ହେବ ପିଆଜ ଦରକୁ ନେଇ ସରାକାରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସବୁ ଚିନ୍ତାରେ ଅଛନ୍ତି। ଏହା ମଧ୍ୟରେ ବିହାରର କୋମୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ପିଆଜ ବୋଝେଇ ଟ୍ରକର ଡ୍ରାଇଭରକୁ କିଛି ଦୁର୍ବୃତ୍ତ ବାନ୍ଧି ଗାଡ଼ିରୁ ୧୦୨ ବସ୍ତା ପିଆଜ ଲୁଟି ନେଇଛନ୍ତି।

ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ୨୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

ଟ୍ରକ ଡ୍ରାଇଭର ଦେଶରାଜ କୁଶବାହ ପ୍ରୟାଗରାଜରୁ ଜାହାନବାଦ ପାଇଁ ୧୦୨ ବସ୍ତା ପିଆଜ ନେଇ ଯାଉଥିଲେ। ଟ୍ରକରେ ପ୍ରାୟ ୫୧ କ୍ଵିଣ୍ଟାଲ ପିଆଜ ଥିଲା। ରାସ୍ତାରେ କିଛି ଦୁର୍ବୃତ୍ତ ଅସ୍ତ୍ର ଶସ୍ତ୍ର ଧରି ଟ୍ରକକୁ ଅଟକାଇଥିଲେ। ପରେ କିଛି ଦୁର୍ବୃତ୍ତ ଦେଶରାଜଙ୍କୁ ବାଇକରେ ନେଇ ଯାଇଥିଲେ। ତାଙ୍କୁ ସେଠାରୁ କିଛି ଦୂରରେ ଛାଡ଼ି ଦେଇଥିଲେ। ଦେଶରାଜ ଫେରି ଦେଖିଲା ବେଳକୁ ଟ୍ରକରେ ପିଆଜ ବସ୍ତା ଗାଏବ।

ଏନେଇ ଦେଶନୁଖ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଅଭିଯୋଗ ମାଧ୍ୟମରେ ଏବେ ଛାନ୍‌ଭିନ୍‌ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here