ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ବିଭିନ୍ନ ସହରେ କିଭଳି ଭାବେ ନୂଆବର୍ଷ ପାଳନ କରାଯାଇଥାଏ? ଜାଣନ୍ତୁ, ଓଡ଼ିଶାଲାଇଭର ଏହି ରିପୋର୍ଟରେ।

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା, ନୂଆବର୍ଷ ନୂଆ ଅତିଥି ହୋଇ ଆମ ସମସ୍ତଙ୍କ ଜୀବନରେ ପ୍ରବେଶ କରିବାକୁ ଯାଉଛି। ପ୍ରତିଟି ଯୁବବର୍ଗ ପାଇଁ ନୂଆବର୍ଷ ରାତି କିଛି ନା କିଛି ନୂଆ ସ୍ମୃତି ନେଇ ଆସିଥାଏ। ପ୍ରତିଟି ଯୁବକ ନୂଆ ବର୍ଷକୁ ବାଜା, ବାଣ ଓ ସାଙ୍ଗମାନଙ୍କ ସହ ସ୍ୱାଗତ କରିଥାଏ।

ବିଶ୍ୱର ଏପରି କିଛି ସ୍ଥାନ ରହିଛି ଯେଉଁଠାରେ ଲୋକମାନେ ନୂଆବର୍ଷ ରାତିକୁ ଦେଖିବାକୁ ଚାହିଁଥାନ୍ତି। ଏହି ସ୍ଥାନ ବିଶ୍ୱସ୍ତରରେ ଏଭଳି ପିରିଚିତି ଲାଭ କରିଛନ୍ତି ଯେ, ଦେଶ ବିଦେଶରୁ ଅନେକ ଲୋକ ଏହି ସବୁ ସ୍ଥାନକୁ ନୂଆବର୍ଷର ରାତି ଦେଖିବାକୁ ଆସିଥାନ୍ତି।ସିଡନୀ-ଅଷ୍ଟ୍ରେଲିଆ

ଏହି ଲିଷ୍ଟରେ ପ୍ରଥମେ ଆସିଥାଏ ଅଷ୍ଟ୍ରେଲିଆର ସିଡନୀ ସହର। ଏଠାରେ ଥିବା ଅପେରା ହାଉସକୁ ନୂଆବର୍ଷ ରାତିରେ ଦେଖିବାକୁ ଦେଶ ବିଦେଶରୁ ଅନେକ ଲୋକ ଅଷ୍ଟ୍ରେଲିଆ ଆସିଥାନ୍ତି। ସୁନ୍ଦର ଆଲୋକମାଳା ସହ ଆତସବାଜୀରେ ସିଡନୀର ଅପେରା ହାଉସ ଖୁବ ଆକର୍ଷଣୀୟ ଦେଖାଯାଇଥାଏ।ନ୍ୟୁୟର୍କ-ଆମେରିକା

ସେହିପରି ଆମେରିକାର ନ୍ୟୁୟର୍କ ସହରରେ ମଧ୍ୟ ନୂଆବର୍ଷକୁ ଆଲୋକମାଳ ଓ ବାଜା, ବାଣ ସହ ସ୍ୱାଗତ କରାଯାଇଥାଏ। ନ୍ୟୁୟର୍କର ଟାଇମ୍ସ ସ୍କୋୟାର ହଜାର ହଜାର ଲୋକ ଏକାଠି ହୋଇ ନୂଆବର୍ଷକୁ ସ୍ୱାଗତ କରିଥାନ୍ତି। ନୂଆବର୍ଷକୁ ସ୍ୱାଗତ କରିବା ପୂର୍ବରୁ ଏଠାରେ ଆକାଶ ମାର୍ଗରୁ ୧୨ଟି ବୃହତ ଫୁଟବଲକୁ ତଳକୁ ଛଡାଯାଇଥାଏ। ଶେଷ ଫୁଟବଲକୁ ଆକାଶମାର୍ଗରୁ ଖସିବା ସହ ଲୋକମାନେ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥାନ୍ତି।ପ୍ୟାରିସ୍–ଫ୍ରାନ୍ସ

ପ୍ୟାରିସରେ ନୂଆବର୍ଷ ରାତିକୁ ଦେଖିବାର ମଜା କିଛି ନିଆର ରଙ୍ଗର ରହିଥାଏ। ଏଠାରେ ନୂଆବର୍ଷକୁ ସ୍ୱାଗତ କରିଥାଏ ଆଇଫେଲ୍ ଟାୱାର କରିଥାଏ। ଆକର୍ଷଣୀୟ ଆତସବାଜୀ ଗୁଡ଼ିକ ଆଇଫେଲ ଟାୱାରରୁ ଆକାଶକୁ ଫୁଟିଥାଏ, ଯାହାକି ନୂଆବର୍ଷ ମଜାକୁ ଦ୍ୱିଗୁଣିତ କରିଥାଏ। ସାଧାରଣ ସମୟରେ ଆଇଫେଲ ଟାୱାରକୁ ଦେଖିବାକୁ ଗହଳି ଲାଗୁଥିଲେ ମଧ୍ୟ ନୂଆବର୍ଷ ରାତିରେ ଏଠାରେ ଲୋକଙ୍କ ପ୍ରବଳ ଗହଳି ଦେଖାଯାଇଥାଏ। ବିଶେଷ କରି ଭାରତୀୟ ଲୋକମାନେ ନୂଆବର୍ଷକୁ ମନେଇବାକୁ ପ୍ୟାରିସ୍ ବୁଲିବାକୁ ଯାଇଥାନ୍ତି।ଲଣ୍ଡନ–ଇଂଲଣ୍ଡ

ଲଣ୍ଡନବାସୀମାନେ ବେଶ୍ ଆନନ୍ଦ ଉଲ୍ଲାସର ସହ ପ୍ରତିବର୍ଷ ଥେମସ ନଦୀ କୂଳରେ ନୂଆବର୍ଷ ପାଳନ କରିଥାନ୍ତି। ଇଂଲଣ୍ଡର ପାର୍ଲାମେଣ୍ଟର ବିପରୀତ ଦିଗରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଥାଏ। ଏଠାରେ ପ୍ରତିବର୍ଷ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥାଏ। ଆଖି ଝଲସାଇଦେଲା ଭଳି ଆତସବାଜୀ ସହ ନୂଆବର୍ଷକୁ ଇଂଲଣ୍ଡବାସୀ ସ୍ୱାଗତ କରିଥାନ୍ତି।ହଂକଂ–ଚୀନ୍

ହଂକଂର ଟାଇମ୍ସ ସ୍କୋୟାରରେ ନୂଆବର୍ଷକୁ ପାଳନ କରିବାକୁ ପ୍ରତିବର୍ଷ ଏଠାରେ ଅନେକ ଲୋକ ଏକାଠି ହୋଇଥାନ୍ତି। ବିଶେଷକରି ନୂଆବର୍ଷରେ ସୁନ୍ଦର ଆଲୋକମାଳାକୁ ଦେଖିବା ସହ ସେଠାକାର ନୂଆବର୍ଷ ଉତ୍ସବରେ ସାମିଲ ହେବାକୁ ଦେଶବିଦେଶରୁ ଲୋକମାନେ ହଂକଂ ଯାଇଥାନ୍ତି।

Comment