ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆବର୍ଷ ସମସ୍ତଙ୍କ ପାଇଁ କିଛି ନୂଆ ଆଶା, ଉତ୍ସାହ ଓ ଆନନ୍ଦ ନେଇ ଆସେ ଏବଂ ଜୀବନକୁ ସୁନ୍ଦର କରିଦିଏ। ଅନେକ ଅତୀତରେ ଘଟିଥିବା ଖରାପ ଘଟଣାକୁ ବା ଖରାପ ସ୍ମୃତିକୁ ଭୁଲିଯିବାକୁ ସ୍ଥିର କରନ୍ତି। ଆଉ ନୂଆବର୍ଷରୁ ନୂଆ କରି ଜୀବନ ଆରମ୍ଭ କରିବାକୁ ଯୋଜନା କରନ୍ତି। ଏହାର ଆରମ୍ଭ ଜୋରଦାର ସେଲିବ୍ରେସନରୁ ହୁଏ। ସମସ୍ତେ ନିଆରା ଭାବରେ ନୂଆବର୍ଷକୁ ପାଳନ କରିବାକୁ ଯୋଜନା କରିଥାନ୍ତି। ଏହି ନୂଆବର୍ଷ ସେଲିବ୍ରେସନ ପ୍ଲାନରୁ ବାଦ ପଡ଼ିନାହାନ୍ତି ଓଲିଉଡ ଷ୍ଟାର। ତେବେ ଆସନ୍ତୁ ଜାଣିବା କେଉଁ ଷ୍ଟାର ଏଥର କେମିତି ପାଳିବେ ନୂଆବର୍ଷ।

ଏହି ତାଲିକାରେ ପ୍ରଥମେ ଓଲିଉଡର ଜଣେ ଜଣାଶୁଣା ଓ ଆଗଧାଡ଼ିର ଅଭିନେତ୍ରୀଙ୍କ ନାଁ ଆସୁଛି। ସେ ହେଉଛନ୍ତି ଅର୍ଚ୍ଚିତା ସାହୁ। ଏଥର ଅର୍ଚ୍ଚିତା ନୂଆବର୍ଷ ତାଙ୍କ ପରିବାର ସହିତ ପାଳନ କରିବେ ଓଡ଼ିଶାଲାଇଭ୍‌କୁ ଦେଇଥିବା ଏକ ପ୍ରତିକ୍ରିୟାରେ କହିଛନ୍ତି। ଏଥିସହ ଦର୍ଶକଙ୍କୁ ବି ଧୁମଧାମରେ ନୂଆବର୍ଷ ପାଳନ କରିବାକୁ ଅର୍ଚ୍ଚିତା କହିଛନ୍ତି।

ପରିବାର ସହିତ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବେ ଓଲିଉଡ ଅଭିନେତା ଆକାଶ ଦାସ ନାୟକ। ଆକାଶ ପ୍ରତିବର୍ଷ ମହାପ୍ରଭୁଙ୍କୁ ଦର୍ଶନ କରି ନୂଆବର୍ଷ ପାଳନ କରନ୍ତି।

ହାସ୍ୟ ଅଭିନେତା ଗୁଡୁଙ୍କୁ କିଏ ବା ନଜାଣେ। ପରଦାରେ କମେଡି କରି ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରନ୍ତି ସେ। ଗୁଡୁ ଏଥର ସାଙ୍ଗମାନଙ୍କ ସହ ବୁଲାବୁଲି କରି ନୂଆବର୍ଷ ସେଲିବ୍ରେଟ କରିବେ ବୋଲି ଓଡ଼ିଶାଲାଇଭ୍‌କୁ କହିଛନ୍ତି।

ଟେଲି ଅଭିନେତା ସନ୍ଦୀପ ମିଶ୍ରଙ୍କୁ ଦର୍ଶକ ଅନେକ ସିରିଏଲରେ ଦେଖିଥିବେ। ସନ୍ଦୀପ ନବବିବାହିତ ହୋଇଥିବାରୁ ସେ ତାଙ୍କ ପତ୍ନୀଙ୍କ ସହ ଏଥର ନୂଆବର୍ଷ ପାଳନ କରିବେ।

ସେହିପରି ଟେଲି ଅଭିନେତା ପଦାରବିନ୍ଦୁ ନାୟକ ବି ଜଗନ୍ନାଥଙ୍କୁ ଦର୍ଶନ କରି ନୂଆବର୍ଷ ଶୁଭାରମ୍ଭ କରିବାକୁ ପ୍ଲାନ କରିଛନ୍ତି।

ଏଥିସହିତ ଅଭିନେତା ମହିରି ଦାସ, ଗାୟିକା ଅନ୍ତରା ଚକ୍ରବର୍ତ୍ତୀ, ଅଭିନେତ୍ରୀ ଦେବିକା ଅରୁନ୍ଧତୀ, ସୂର୍ଯ୍ୟମୟୀ ମହାପାତ୍ର, ଅଭିନେତା ଗୋପାଳ ଶର୍ମା ଓଡ଼ିଶାଲାଇଭ୍‌ ମାଧ୍ୟମରେ ଦର୍ଶକଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି।

Comment