ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ ଆଶା, ନୂଆ ଉଦ୍ଦୀପନା ସହ ଆରମ୍ଭ ହେଲା ବର୍ଷ ୨୦୨୦। ଏଥିପାଇଁ ସାରା ବିଶ୍ୱ ଉତ୍ସବ ମୁଖର।  ନୂଆବର୍ଷକୁ ସ୍ୱାଗତ ପାଇଁ ବିଭିନ୍ନ ସ୍ଥାନରେ ଭବ୍ୟ ଆୟୋଜନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହୋଟେଲ୍‌, କ୍ଲବ୍‌ ଓ ପବ୍‌ରେ ନାଚଗୀତର ଆସର ଜମିଥିଲା। ନାଚି ଗାଇ କେକ୍‌ କାଟି ରାଜଧାନୀବାସୀ ନୂଆବର୍ଷକୁ ସ୍ୱାଗତ କରିଥିଲେ।

କଟକରେ ମଧ୍ୟ ବିଭିନ୍ନ ହୋଟେଲ ଓ କ୍ଳବ୍‌ରେ ନୂଆବର୍ଷର ଧୁମ୍ ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ନୂଆବର୍ଷକୁ ସ୍ୱାଗତ କରିବା ସହ ନାଚି ଗାଇ ବେଶ୍‌ ମଜା ଉଠାଇଥିଲେ।

ସେହିପରି ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ସମେତ ରାଜ୍ୟର ଅନେକ ସ୍ଥାନରେ ନୂଆବର୍ଷକୁ ବେଶ୍‌ ରଙ୍ଗୀନ ଭାବେ ଲୋକେ ସ୍ୱାଗତ କରିଥିଲେ।

ନୂଆ ବର୍ଷରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀରେ ଭକ୍ତଙ୍କ ଭିଡ଼ ଲାଗିଛି। ରାତି ୧ଟାରୁ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। ଏହାସହ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।

Comment