ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ ଆଶା, ଆନନ୍ଦ ଓ ନୂଆ ଉନ୍ମାଦନା ନେଇ ଆସିଛି ନୂଆବର୍ଷ। ଲୋକେ ନୂଅବର୍ଷକୁ ବାଣ ଫୁଟାଇ, ବାଜା ବଜାଇ, କେକ୍‌ କାଟି ସ୍ୱାଗତ କରିଛନ୍ତି।

ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷରୁ ନୂଆ ଆରମ୍ଭ କରିବାକୁ ନୂଆ ସଂକଳ୍ପ ନେଇଛନ୍ତି ଲୋକେ।  ଏଥିସହ ପୁରୁଣା ବର୍ଷର ଦୁଃଖ, ଖରାପ ସ୍ମୃତିକୁ ଭୁଲି ନୂଆ କରିବା ଚେଷ୍ଟା କରିବେ।

କେହି କେହି ନୂଆବର୍ଷରେ ଭଗବାନଙ୍କ ଦର୍ଶନ କରି ବର୍ଷସାରା ମଙ୍ଗଳ ପାଇଁ ଆଶୀର୍ବାଦ ମାଗିଛନ୍ତି। ସେହିପରି ଆଉ କେହି ଉପହାର ଦେଇ ଓ ନୂତନ ବର୍ଷର ଶୁଭେଚ୍ଛା ଜଣାଇ ନୂଆ ବର୍ଷର ମଜା ନେଉଛନ୍ତି।

ନୂଆବର୍ଷ ଅବସରରେ ପିକନିକ୍‌ ସ୍ପଟରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ନୂଆବର୍ଷକୁ ଉପଭୋଗ କରିବାକୁ ଲୋକେ ସାଙ୍ଗସାଥୀଙ୍କ ସହିତ ବଣଭୋଜି, ଡିଜେରେ ମତୁଆଲା ହୋଇଛନ୍ତି।

Comment