ଓଡ଼ିଶାଲାଇଭ୍ ବ୍ୟୁରୋ

ମୋବାଇଲ୍ ଆପ୍ ଚିହ୍ନେଇବ ଆପଣଙ୍କ ପାଖରେ ରହିଥିବା ନୋଟ୍ ଅସଲି ନା ନକଲି। ଏଥିପାଇଁ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ‘ମନି’ ନାମକ ଏକ ମୋବାଇଲ୍ ଆପକୁ ଶୁଭାରମ୍ଭ କରିଛନ୍ତି।

ଏହି ଆପ୍ ଦୃଷ୍ଟିହୀନ ଦିବ୍ୟାଙ୍ଗମାନଙ୍କୁ ବେଶ୍ ସୁବିଧା ମିଳିବ। ଏହା ସାହାଯ୍ୟରେ ସେମାନେ ମୋବାଇଲ୍ ଜରିଆରେ ନୋଟ୍ ଚିହ୍ନିପାରିବେ। ଦୃଷ୍ଟିହୀନ ଲୋକମାନେ ଅନେକ ସମୟରେ ନକଲି ନୋଟ୍ ହେତୁ ଠକାମିର ଶିକାର ହୋଇଥାନ୍ତି। ତେଣୁ ଏହି ଆପ୍ ସେମାନଙ୍କୁ ଠକାମିରୁ ବଞ୍ଚାଇବ ବୋଲି ସେ କହିଛନ୍ତି।ଏଥିପାଇଁ ସେମାନଙ୍କୁ ପ୍ରଥମେ ଏହି ଆପକୁ ପ୍ଲେଷ୍ଟୋରରୁ ଡାଇନଲୋଡ୍ କରିବାକୁ ପଡ଼ିବ। ଏହାପରେ ନୋଟକୁ ମୋବାଇଲ୍ କ୍ୟାମେରା ଆଗକୁ ଆଣିଲେ ଏହା କେତେ ଟଙ୍କାର ନୋଟ୍ ବୋଲି କହିବ। ଯଦି ନୋଟଟି ନକଲି ହୋଇଥିବ ତେବେ ଆପ୍ ଏହାକୁ ନକଲି ନୋଟ୍ ବୋଲି ସୂଚନା ଦେବ।

Comment