ଓଡ଼ିଶାଲାଇଭ୍ ବ୍ୟୁରୋ

ନିଲମ୍ବନ ହେଲେ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଦାଶ। ଶନିବାର ଏନେଇ ପୁରୀ ଜିଲ୍ଲା ଅତିରିକ୍ତ ଏସପି ଅରୁଣ କୁମାର ଜେନା ସୂଚନା ଦେଇଛନ୍ତି ।

ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଘଟଣାରେ ଶୁକ୍ରବାର ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ଶନିବାର ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।ବଳଙ୍ଗା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଏଏସ୍ଆଇ ଚିତ୍ତରଞ୍ଜନ ଦାଶ ତାଙ୍କ ଭଡ଼ା ଘରେ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ଅଭିଯୋଗ କରିଥିଲେ। ଏହାପରେ ଅତିରିକ୍ତ ଏସପି ଅରୁଣ କୁମାର ଜେନା ପିପିଲିରେ ପହଞ୍ଚି ଏହାର ଅନୁସନ୍ଧାନ ଆରମ୍ଭ କରିଥିଲେ। ଏଥିସହିତ ତାଙ୍କ ବିରୋଧରେ ଧାରା ୩୪୨,୩୭୬ ଓ ୫୦୬ର ମାମଲା ମଧ୍ୟ ରୁଜୁ କରାଯାଇଥିଲା। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

Comment