ଓଡ଼ିଶାଲାଇଭ୍‌ ବ୍ୟୁରୋ

Baipariguda

କୋରାପୁଟ: ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣ ବଢ଼ିବାରେ ଲାଗିଲାଣି। ରବିବାର କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ କଟାଛକରୁ ଗଞ୍ଜେଇ ବୋଝେଇ ଗାଡ଼ି ଜବତ ହୋଇଛି। ପୋଲିସ ଏହି ଘଟଣାରେ ତିନି ଯୁବକଙ୍କ ସହିତ ଜଣେ ଯୁବତୀଙ୍କୁ ଗିରଫ୍‌ କରିଥିବା ସୂଚନା ମିଳିଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ।

ଅଭିଯୁକ୍ତମାନେ ଅଭିନବ ଉପାୟରେ ଏକ କାର୍‌ରେ ଗଞ୍ଜେଇ ଚୋରିଚାଲାଣ କରାଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ବୈପାରୀଗୁଡ଼ା ପୋଲିସ କଟାଛକ ନିକଟରୁ ଏହି ଗାଡ଼ିକୁ ଜବତ କରିଥିଲା। ଗାଡ଼ିରୁ ୫୪ କିଲୋଗ୍ରାମର ଗଞ୍ଜେଇ ଜବତ ହୋଇଥିବା ବେଳେ ତିନି ଯୁବକଙ୍କ ସହିତ ଜଣେ ଯୁବତୀଙ୍କୁ ପୋଲିସ ଗିରଫ କରିଛି।

Baipariguda

ଗିରଫ୍ ଅଭିଯୁକ୍ତମାନେ ହେଲେ ଗଣେଶ ଶୁଣଇ, ଲକ୍ଷପତି ପୂଜାରୀ, ରମେଶ ସିଂହ ଏବଂ ଯୁବତୀ ଲିନା ପାଣିଗ୍ରାହୀ। ଅଭିଯୁକ୍ତଙ୍କୁ ଗିରଫ୍‌ କରାଯାଇ ଜୟପୁର କୋର୍ଟ ଚାଲାଣ କରାଯାଇଥିବା ବୈପାରୀଗୁଡ଼ା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି। ବୈପାରୀଗୁଡ଼ା ତହସିଲଦାର ସଞ୍ଜବ କୁମାର ସାହୁଙ୍କ ଉପସ୍ଥିତରେ ଗଞ୍ଜେଇର ଓଜନ କରାଇଥିବା ଜଣାପଡିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment