ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲିପ କୁମାର ନାଇଡୁ): ଶୀତଦିନ ଆସିଲେ ଦେଶ ବିଦେଶରୁ ଚିଲିକାକୁ ଲକ୍ଷଲକ୍ଷ ରଙ୍ଗ ବେରଙ୍ଗର ନାନା ପ୍ରଜାତିର ପକ୍ଷୀମାନଙ୍କ ସମାଗମ ହୁଏ। ପ୍ରତି ବର୍ଷ ଜାନୁଆରି ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ବନ୍ୟପ୍ରାଣୀ ବିଭାଗ ଦ୍ୱାରା ଚିଲିକାରେ ପକ୍ଷୀ ଗଣନା ହୁଏ। ଏହି ଆଧାରରେ ରବିବାର ଦିନ ୫ ତାରିଖ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ହୋଇଥିଲା।

ଏହି ଗଣନା କାର୍ଯ୍ୟରେ ୨୧ଟି ଗଣନାକାରୀ ଦଳରେ ୧୦୦ ଅଧିକ ଗଣନାକାରୀ ନିୟୋଜିତ ହୋଇଥିଲେ। ୧୯ ଗୋଟି ଗଣନାକାରୀ ଦଳ ଚିଲିକା ଜଳ ମଧ୍ୟରେ ଓ ୨ ଗୋଟି ଗଣନାକାରୀ ଦଳ ଚିଲିକା ତଟବର୍ତୀ ସ୍ଥଳଭାଗରେ ପକ୍ଷୀ ଗଣନାରେ ନିୟୋଜିତ ଥିଲେ। ପ୍ରତି ଦଳରେ ୪ରୁ ୫ ଜଣ ଗଣନାକାରୀ ସାମିଲ ହୋଇ ପକ୍ଷୀ ଗଣନା କରିଥିଲେ। ଚିଲିକା ମଧ୍ୟକୁ ୬ ଗୋଟି ରୋଞ୍ଜ ଟାଙ୍ଗୀ, ରମ୍ଭା, ସାତପଡା, ବାଲୁଗାଁ, ପାରିକୁଦ ଓ ନୂଆପଡ଼ାରେ ହୋଇଛି ଗଣନା। ସ୍ଥଳଭାଗରେ ରୁଟ୍ ୧-ରମ୍ଭାରୁ ପାରକୁଦ ଓ ରୁଟ୍-୨ ମଙ୍ଗଳାଯାଡିରୁ ଭୂଷଣ୍ଡପୁର ପର୍ଯ୍ୟନ୍ତ ଚାଲିଥିଲା ଗଣନା।

ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପକ୍ଷୀ ବିଶାରଦ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଚଳିତ ବର୍ଷ ୨୦୨୦ରେ ୧୮୪ ପ୍ରଜାତିର ୧୧ଲକ୍ଷ ୫୪୦ଟି ପକ୍ଷୀ ଆସିଛନ୍ତି। ଗତବର୍ଷ ତୁଳନାରେ ଏବର୍ଷ ୫୨ ହଜାର ୫୭୬ ପକ୍ଷୀ ଅଧିକା ଆସିଛନ୍ତି।

ବାଲୁଗାଁରେ ରେଞ୍ଜରେ ସର୍ବାର୍ଧକ ଓ ସର୍ବ ନିମ୍ନ ରମ୍ଭା ରେଞ୍ଜରେ ପକ୍ଷୀ ଏଥର ଆସିଛନ୍ତି।

ନଳବଣକୁ -୪ଲକ୍ଷ ୬ହଜାର ୩୦୮ ପକ୍ଷୀ ଆସିଛନ୍ତି।

ଗଡଓା୍ୱଲ ପ୍ରଜାତିର ପକ୍ଷୀ ୨ଲକ୍ଷ ୫ହଜାର ୮୮୩ ଆସିଛନ୍ତି।

ଫ୍ଲେମିଗୋ ପ୍ରଜାତିର- ୧ହଜାର ୩୫୦ଟି ଆସିଛନ୍ତି।

ଏବର୍ଷ ସର୍ବାଧିକ ବତକ ପ୍ରଜାତିର ୧ଲକ୍ଷ ୪୩ହଜାର ୪୧୮ ପକ୍ଷୀ ଆସିଛନ୍ତି। ଗ୍ରେଟ୍ ନର୍ଥ ନାମକ ନୂତନ ପ୍ରଜାତିର ପକ୍ଷୀ ଏବର୍ଷ ଚିଲିକାକୁ ଆସିଥିବା ଚିଲିକା  ବନ୍ୟପ୍ରାଣୀ ଅଧିକାରୀ ଆଲୋକ ରଞ୍ଜନ ହୋତା ପ୍ରକାଶ କରିଛନ୍ତି।

ବିଗତ କିଛି ବର୍ଷର ପକ୍ଷୀ ଗଣନା—

୨୦୧୭ ମସିହାରେ -୯ଲକ୍ଷ ୪୭ହଜାର ୧୧୯ଟି ପକ୍ଷୀ ଆସିଥିଲେ (ପ୍ରଜାତି-୧୬୧)

୨୦୧୮ ମସିହାରେ -୮ଲକ୍ଷ ୯୩ହଜାର ୩୯୦ଟି ପକ୍ଷୀ ଆସିଥିଲେ(ପ୍ରଜାତି-୧୪୭) ।

୨୦୧୯ ମସିହାରେ -୧୦ଲକ୍ଷ ୪୭ହଜାର ୯୬୮ଟି ପକ୍ଷୀ ଆସିଥିଲେ(ପ୍ରଜାତି-୧୮୧)

Comment