ଓଡ଼ିଶାଲାଇଭ୍‌ ବ୍ୟୁରୋ Jeypore

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଜୟନ୍ତିଗିରିଠାରେ ଜିଲ୍ଲାସ୍ତରୀୟ ମା’ ବୁଢି ଠାକୁରାଣି ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ-୨୦୨୦ ଉଦ୍‌ଘାଟିତ ହୋଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ।

State Level Football Tournament Inaugurated In Jeypore Odisha News Odia News

ଜୟନ୍ତିଗିରିରେ ବିଧାୟକ ବାହିନିପତି ପହଞ୍ଚିବା ପରେ ଆୟୋଜକ ଓ ଗ୍ରାମବାସୀ ନାଚ ଗୀତ ସହ ବାଜା ବଜାଇ ସ୍ୱାଗତ କରିଥିଲେ। ସୋମବାର ଏହି ଜିଲ୍ଲାସ୍ତରିୟ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ ହୋଇଥିବା ବେଳେ ଆସନ୍ତା ୧୨ ତାରିଖରେ ଫାଇନାଲ ହେବାକୁ ଯାଉଛି।

State Level Football Tournament Inaugurated In Jeypore Odisha News Odia News

ଏହି ମ୍ୟାଚରେ ଧର୍ମଗଡ, ରାୟଗଡା, କୋରାପୁଟ, ନବରଙ୍ଗପୁର କୋଟପାଡ଼, ମାଲକାନଗିର. କଳାହାଣ୍ଡି ଓ ଦାମାନଯୋଡ଼ିର ଖେଳାଳିମାନେ ମ୍ୟାଚ୍‌ରେ ଭାଗ ନେବେ। ଖେଳ ଦେଖିବା ପାଇଁ ଜୟନ୍ତିଗିରିରେ ଦର୍ଶକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment