ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ଭାରତ ବନ୍ଦ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିସନରେଟ ପୋଲିସ। ଏନେଇ ଆସନ୍ତାକାଲି ରାଜଧାନୀ ଭୁବନେଶ୍ଵରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ଅନୁପ ସାହୁ।

ବିଭିନ୍ନ ଛକରେ ପୋଲିସ ଓ ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯିବ। ରେଳ ଓ ବସ୍‌ ଚଳାଚଳ ସ୍ଵାଭାବିକ କରିବାକୁ ମଧ୍ୟ ଗୁରୁତ୍ଵ ଦିଆଯିବ। ଏହାସହ ସଚିବାଳୟ ଓ ସ୍କୁଲରେ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି ଡିସିପି।

ଅନ୍ୟପକ୍ଷରେ ବନ୍ଦକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ସମସ୍ତ ସ୍କୁଲ, କଲେଜକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୧୨ ଦଫା ଦାବି ନେଇ ୮ ତାରିଖ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ। ଏହି ବନ୍ଦ ପାଳନ ଫଳରେ ସାରା ଦେଶରେ ଯାତାୟାତ ପ୍ରଭାବିତ ହେବ।

ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଏହି ବନ୍ଦର ଡାକରା ଦେଇଛି। ଏହାକୁ ଓଡ଼ିଶାରେ କଂଗ୍ରେସ ଦଳ ମଧ୍ୟ ସମର୍ଥନ ଜଣାଇଛି। ସାରା ଭାରତରେ ବନ୍ଦ ପାଳନ ହେବା ଦ୍ୱାରା ଗାଡ଼ି ମୋଟର ଚଳାଚଳ ଉପରେ ପ୍ରଭାବ ପଡ଼ିବ।

Comment