ଓଡ଼ିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲିପ କୁମାର ନାଇଡୁ): ୧୨ଦଫା ଦାବି ନେଇ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଡକାଯାଇଥିବା ଭାରତ ବନ୍ଦର ପ୍ରଭାବ ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଛି। ଖୋର୍ଦ୍ଧାରେ ବି ବନ୍ଦର ପ୍ରଭାବ ରହିଛି। ଖୋର୍ଦ୍ଧାରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ଥିବା ବେଳେ ଜଟଣୀରେ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ ରହିଛି।

ବିଭିନ୍ନ ବ୍ୟାଙ୍କର ମିଶ୍ରଣ, ଶ୍ରମିକ ମାରଣ ନୀତି, ଟ୍ରେନରେ ହକ୍କରିଙ୍ଗ ବନ୍ଦ କରିବା, ଅ।ଶାମାନଙ୍କର ଦରମା ବୃଦ୍ଧି ଆଦି ଦାବି ନେଇ ମହିଳାମାନେ ଅ।ନ୍ଦୋଳନକୁ ଓହ୍ଲାଇଛନ୍ତି। ଜଟଣୀ ସୀତାରାମ ଛକରେ ଆଶା, ପାଚିକା କର୍ମଚାରୀ, ହକ୍କର ୟୁନିୟନ, ସାଧାରଣ ଶ୍ରମିକ ମିଶ୍ରିତ ଭାବରେ ଜଟଣୀ ସିଆଇଟିୟୁ ସହାୟତାରେ ବିକ୍ଷୋଭ କରିଛି।

ଲୋକମାନଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ଏହାର ପ୍ରଭାବ ସିଧାସଳଖ ଜଟଣୀରେ ଇଣ୍ଡିଅ।ନ ଅଏଲ ଓ ଏଚ୍‌ସିଏଲ ଡିପୋ ଉପରେ ପଡ଼ିଛି। ଆଜି ସକାଳୁ ସିଆଇଟିୟୁ ପକ୍ଷରୁ ସମସ୍ତ ଡ୍ରାଇଭର, ଶ୍ରମିକ ଓ କର୍ମଚାରୀମାନେ ଏକତ୍ରିତ ହୋଇ ଫାଟକ ସମ୍ମୁଖରେ ବିକ୍ଷୋଭ କରିଛନ୍ତି।

Comment