ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ମାମଲାରେ ଶୁଣାଣି ହେଉଥିଲା ବେଳେ ମଙ୍ଗଳବାର କୋର୍ଟରେ ଏକ ନାଟକୀୟ ଘଟଣା ଦେଖିବାକୁ ମିଳିଥିଲା।  କୋର୍ଟ ପରିସରରେ ଦୁଇ ମା’ ନିଜ ନିଜ ଛୁଆଙ୍କ ପାଇଁ ଲଢ଼ୁଥିବା ଦେଖିବାକୁ ମିଳିଥିଲା।

ଜଣେ ମା’ ନିଜ ଝିଅକୁ ନ୍ୟାୟ ଦେବାକୁ ସଂଘର୍ଷ କରୁଥିଲା ବେଳେ ଆଉ ଜଣେ ମା’ ଦୋଷୀ ପୁଅକୁ ବଞ୍ଚେଇବାକୁ ଉଦ୍ୟମ କରୁଥିଲେ।

ମଙ୍ଗଳବାର ଦିଲ୍ଲୀ ପଟିୟାଲା କୋର୍ଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। କୋର୍ଟରେ ନିର୍ଭୟା ଦୋଷୀ ମୁକେଶ ସିଂହଙ୍କ ମା’ ନିର୍ଭୟାଙ୍କ ମା’ଙ୍କ ପାଖକୁ ଆସିଥିଲେ। ପୁଅର କର୍ମ ପାଇଁ ନିର୍ଭୟାଙ୍କ ମା’ଙ୍କୁ ସେ କ୍ଷମା ମାଗିଥିଲେ।

ମୁକେଶ ସିଂହର ମା’ କହିଥିଲେ, ‘‘ମୋ ପୁଅକୁ ଆଜୀବନ ଜେଲ ଦଣ୍ଡ ଦେଇ ଦିଅ ହେଲେ ଫାଶୀରୁ ତାକୁ ବଞ୍ଚେଇ ଦିଅ।’’

Image result for Give him back to me: When convict's mother begged for her son's life from Nirbhaya's mom in court

ଏହାର ଉତ୍ତରରେ ନିର୍ଭୟାଙ୍କ ମା’ କହିଥିଲେ,‘‘ ମୋର ବି ଝିଅ ଥିଲା। ମୁଁ କେମିତି ଭୁଲିବି ମୋ ଝିଅ ସହ କ’ଣ ହୋଇଥିଲା। ୭ ବର୍ଷ ହେଲା ମୁଁ ମୋ ଝିଅକୁ ନ୍ୟାୟ ଦେବା ପାଇଁ ଅପେକ୍ଷା କରିଛି।’’

୪ ଦୋଷୀଙ୍କୁ ଜାନୁଆରି ୨୨ ତାରିଖ ସକାଳ ୭ଟାରେ ଦିଆଯିବ ଫାଶୀ। ଦିଲ୍ଲୀର ପଟିୟାଲା ହାଉସ୍‌ କୋର୍ଟ ଦୋଷୀଙ୍କ ବିରୋଧରେ ଏହି ଡେଥ ଓ୍ଵାରେଣ୍ଟ ଜାରି କରିଛନ୍ତି।

1 COMMENT

Comment