ଓଡ଼ିଶାଲାଇଭ୍‌ ବ୍ୟୁରୋ

ୱାଇଫାଇରେ ଭିଡିଓ ଏବଂ ଭଏସ୍‌ କଲିଂ ସେବା ଆରମ୍ଭ କଲା ରିଲାଏନ୍ସ ଜିଓ

ରିଲାଏନ୍ସ ଜିଓ କମ୍ପାନି ତାର ଗ୍ରାହକମାନଙ୍କୁ ନୂଆବର୍ଷ ଭେଟି ଦେଇଛି। ୱାଇଫାଇରେ ଭିଡିଓ ଏବଂ ଭଏସ୍‌ କଲିଂ ସେବା ଆରମ୍ଭ ହୋଇଛି। ଏଥିରେ ଅନେକ ପ୍ରକାରର ସୁବିଧା ମିଳିବ। ଜିଓ ୱାଇ-ଫାଇ କଲ୍ କରିବା ପାଇଁ ଗ୍ରାହକମାନେ ଉପଲବ୍ଧ ଯେକୌଣସି ୱାଇ-ଫାଇ ନେଟୱର୍କକୁ ବ୍ୟବହାର କରିପାରିବେ। ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ରିଲାଏନ୍ସ ଜିଓ ପକ୍ଷରୁ ଏହି ସେବା ବୁଧବାର ଦେଶବ୍ୟାପୀ ଶୁଭାରମ୍ଭ କରାଯାଇଛି। ଏହି ସେବା ଶୁଭାରମ୍ଭ କରିବା ପାଇଁ ଗତ କିଛି ମାସ ହେଲା ଜିଓ ପକ୍ଷରୁ ପରୀକ୍ଷଣ କରାଯାଉଥିଲା।

ଜିଓ ୱାଇ-ଫାଇ କଲିଂରେ ଅନେକ ପ୍ରକାରର ସୁବିଧା ମିଳିବ। ଜିଓ ୱାଇ-ଫାଇ କଲ୍ କରିବା ପାଇଁ ଗ୍ରାହକମାନେ ଉପଲବ୍ଧ ଯେକୌଣସି ୱାଇ-ଫାଇ ନେଟୱର୍କକୁ ବ୍ୟବହାର କରିପାରିବେ। ଭଏସ୍‌ ଓ ଭିଡିଓ କଲ୍‌ ନିରବଚ୍ଛିନ୍ନ ଭାବେ ଭୋଲ୍ଟି ଓ ୱାଇ-ଫାଇ ମଧ୍ୟରେ ପରିବର୍ତ୍ତନ ହୋଇପାରିବ। ଫଳରେ ଗ୍ରାହକମାନେ ଉନ୍ନତ ଭଏସ୍‌/ଭିଡିଓ କଲିଂ ଅନୁଭୂତି ପାଇ ପାରିବେ। ଉନ୍ନତମାନର ହ୍ୟାଣ୍ଡସେଟ୍‌ରେ ହିଁ ଜିଓର ୱାଇ-ଫାଇ କଲିଂ ସୁବିଧା କାର୍ଯ୍ୟ କରିବ।

ଜିଓ ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି, “ଗ୍ରାହକମାନଙ୍କୁ ସବୁବେଳେ ଉନ୍ନତମାନର ସୁବିଧା ଦେବା ପାଇଁ ଆମେ ଉଦ୍ୟମ କରି ଆସୁଛୁ। ନୂଆ ନୂଆ ସେବା କିପରି ଆମ ଗ୍ରାହକମାନେ ପାଇବେ ସେଥିପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ। ଜିଓ ଗ୍ରାହକ ମାସକୁ ହାରାହାରି ୯୦୦ ମିନିଟରୁ ଅଧିକ ସମୟ ଭଏସ କଲ୍ କରୁଛନ୍ତି। ଗ୍ରାହକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଓ ୱାଇ-ଫାଇ କଲିଂ ସେବାର ଶୁଭାରମ୍ଭ କରାଯାଇଛି।’’

ଜିଓ ୱାଇ-ଫାଇ କଲିଂ କାର୍ଯ୍ୟକାରୀ କରିବା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଜିଓ ଡଟ୍ କମ୍/ ୱାଇ ଫାଇ କଲିଙ୍ଗ (jio.com/wi-fi calling)ରେ ଉପଲବ୍ଧ ରହିଛି। ସର୍ବଭାରତୀୟ ସ୍ତରରେ ଜିଓ ୱାଇ-ଫାଇ କଲିଂ ୨୦୨୦ ଜାନୁଆରି ୭ରୁ ୧୬ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଉପଲବ୍ଧ ହୋଇଯିବ।

Comment