ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇନ ଯେତେ କଠୋର ହେଲେ ବି ଦିନକୁ ଦୁଷ୍କର୍ମ ସଂଖ୍ୟା ବଢ଼ିବାରେ ଲାଗିଛି। ଆମେ ଦେଶରେ ଥିବା ଆଇନକୁ ମଧ୍ୟ ଅପରାଧୀ ଡରୁ ନାହାନ୍ତି। ଆପଣ ଜାଣନ୍ତି କି ଆମ ଦେଶରେ ଦୁଷ୍କର୍ମ ଭଳି ଏକ ଜଘନ୍ୟ ଅପରାଧ ପାଇଁ କ’ଣ ଆଇନ ରହିଛି। ଭାରତୀୟ ଦଣ୍ଡବିଧିର ଧାରା ୩୭୫ ଓ ୩୭୬ରେ ଦୁଷ୍କର୍ମକୁ ନେଇ ବିଭିନ୍ନ ଦଣ୍ଡ ବିଷୟରେ ବର୍ଣ୍ଣନା କରାଯାଇଛି।

ଧାରା ୩୭୫

ଧାରା ୩୭୫ ଅନୁସାରେ ଯଦି କୌଣସି ବ୍ୟକ୍ତି କେଉଁ ମହିଳାଙ୍କ ଇଚ୍ଛା ବିରୋଧରେ କିମ୍ବା ତାଙ୍କୁ ଡରାଇ ଧମକାଇ ତାଙ୍କ ସହ ଶାରୀରିକ ସଂପର୍କ ରଖିବେ ତେବେ ଏହାକୁ ଦୁଷ୍କର୍ମ ବୋଲି ବିବେଚନା କରାଯିବ। ଏହାସହ ମାନସିକ ସ୍ତରରେ ଦୁର୍ବଳ ଓ ପାଗଳ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଦୁଷ୍କର୍ମ ସହ ସମାନ ବୋଲି ଆଇନ ରହିଛି।

ଧାରା ୩୭୬(କ)

ଧାରା ୩୭୬(କ) ଅନୁସାରେ ଯଦି କୌଣସି ପୁରୁଷ ତା ସ୍ତ୍ରୀ ଠାରୁ ଅଲଗା ହୋଇ ରହୁଛି କିନ୍ତୁ ତାଙ୍କ ସହ ଜୋର୍ ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଛନ୍ତି, ଏହାକୁ ମଧ୍ୟ ଦୁଷ୍କର୍ମ ବୋଲି କୁହାଯାଇଥାଏ। ଏପରି ସ୍ଥାନରେ ଦୋଷୀଙ୍କୁ ଦୁଇବର୍ଷ ପାଇଁ ଜେଲ୍ ଓ ଜରିମାନା ମଧ୍ୟ ହୋଇଥାଏ।

ଧାରା ୩୭୬(ଖ)

ଏହି ଧାରା ଅନୁସାରେ, ଯଦି ଆପଣଙ୍କ ପାଖରେ ରହୁଥିବା ଯେ କୌଣସି ମହିଳା ଆପଣଙ୍କ ଦ୍ୱାରା ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ଶିକାର ହୋଇଥାନ୍ତି, ଏହି ଧାରା ଅନୁସାରେ ଆପଣଙ୍କୁ  ଦୁଷ୍କର୍ମ ଅଭିଯୋଗରେ ଅତିକମରେ ପାଞ୍ଚବର୍ଷ ପାଇଁ ଜେଲ୍ ଓ ଜରିମାନା ହୋଇପାରେ।

ଧାରା ୩୭୬(ଗ)

ଯଦି ଜେଲରେ କଏଦ ହୋଇଥିବା କୌଣସି ମହିଳା କଏଦୀ ପ୍ରତି କୌଣସି ଅଧିକାରୀ ଶାରୀରିକ ସଂପର୍କ ରଖନ୍ତି, ତେବେ ଏହା ମଧ୍ୟ ଦୁଷ୍କର୍ମ ସହ ସମାନ। ଏପରି ପରିସ୍ଥିତିରେ କୋର୍ଟ ଦୋଷୀମାନଙ୍କୁ ଦଣ୍ଡବିଧାନ କରିଥାଏ।

ଧାର ୩୭୬(ଘ)

ଯଦି କୌଣସି ଡାକ୍ତରଖାନାରେ କୌଣସି କର୍ମଚାରୀ କେଉଁ ମହିଳା ସହ ଶାରୀରିକ ସମ୍ପର୍କ ରଖନ୍ତି। ଏହାକୁ ଦୁଷ୍କର୍ମ ବୋଲି କୁହାଯିବ। ଏଭଳି ମାମଲାରେ ଦୋଷୀଙ୍କୁ ଅତିକମରେ ପାଞ୍ଚ ବର୍ଷ ପାଇଁ ଜେଲ ଓ ଜରିମାନା ହୋଇଥାଏ।

ଧାରା ୩୭୬(ଇ)

୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ପରେ ସମ୍ବିଧାନ ସଂଶୋଧନ ହୋଇଥିଲା। ଯେଉଁଥିରେ ନୂଆକରି ଧାରା ୩୭୬(ଇ)କୁ ସମ୍ବିଧାନରେ ଯୋଡ଼ା ଯାଇଥିଲା। ଏହି ଧାରାରେ ବିଭିନ୍ନ ଦୋଷୀଙ୍କ ପାଇଁ ଆଜୀବନ ଜେଲ ଦଣ୍ଡାଦେଷ ଓ ଫାଶୀ ବିଷୟରେ ଉଲ୍ଲେଖ କରାଯାଇଛି।

Comment