ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଗାୟିକା ସୋନାଙ୍କ ବିକିନି ବେଶ ସୋସିଆଲ ମିଡିଆରେ ନିଆଁ ଲଗାଇଛି।

ପୁଣି ଚର୍ଚ୍ଚାରେ ବଲିଉଡ ଗାୟିକା ସୋନା ମହାପାତ୍ର। ପୁରୁଣା ବର୍ଷକୁ ବିଦାୟ ଦେବା ଅବସରରେ ବିକିନି ପିନ୍ଧା ଫଟୋ ଅପଲୋଡ କରି ସୋସିଆଲ ମିଡିଆରେ ହଲଚଲ କରିଛନ୍ତି ସୋନା।

୨୦୧୯, ଡିସେମ୍ବର ୩୦ ଓ ୩୧ରେ ଟୁଇଟରରେ ଏହି ଫଟୋ ପୋଷ୍ଟ କରିଥିଲେ ସୋନା।  ଫଟୋରେ ଏକ ସମୁଦ୍ରକୂଳରେ ବ୍ଲାକ୍‌ ବିକିନିରେ ତାଙ୍କୁ ଦେଖିବାକୁ ମିଳିଥିଲା। ଭିନ୍ନ ଭିନ୍ନ ପୋଜ୍‌ ଦେଇ ସୋନା ଦେଇଥିବା ଏହି ଫଟୋରେ ଅନେକ କମେଣ୍ଟ ମଧ୍ୟ ଆସିଥିଲା।

ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କଲାବେଳେ ଏଭଳି ସିରିଜ ଫଟୋ ପୋଷ୍ଟ କରିଥିଲେ ସୋନା।ସୋନାଙ୍କ ଫଟୋ ଉପରେ ଆସିଥିବା କମେଣ୍ଟର ମଧ୍ୟ କଡ଼ା ଜବାବ ରଖିଛନ୍ତି ସେ। ଭାରତୀୟ ସଂସ୍କୃତି ଓ ନାରୀର ସଂସ୍କାର ପରିପ୍ରେକ୍ଷୀରେ ଯେଉଁମାନେ କମେଣ୍ଟ ଦେଇଛନ୍ତି ତା’ର ଉତ୍ତରରେ ସୋନା କହିଛନ୍ତି, ‘‘ନାରୀ ସ୍ୱାଧୀନତା ବାବଦରେ ମତେ ପାଠ ପଢ଼ାଅ ନାହିଁ’’।

‘‘ଏପଟେ ‘ମି ଠୁ’ ଅଭିଯୋଗ ଆଣୁଛ, ସେପଟେ ବିକିନି ପିନ୍ଧି ପୋଜ ଦେଉଛ?’’ କେହି କେହି ସୋନାଙ୍କ ଫଟୋ ଉପରେ କେହି କେହି ଏଭଳି କମେଣ୍ଟ ଦେଇଛନ୍ତି।  ସୋନା ମଧ୍ୟ ତା’ର ଠୋ’ ଠା’ ଉତ୍ତର ରଖିଛନ୍ତି।

ପୂର୍ବରୁ ବିବାଦ ସହ ସୋନାଙ୍କ ନିବିଡ଼ ସଂପର୍କ ରହିଛି। ଅତୀତରେ ସେ ବହୁ ବିବାଦକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। କୈଳାଶ ଖେର ଏବଂ ଅନୁ ମଲ୍ଲିକଙ୍କ ବିରୋଧରେ ସେ ମି ଠୁ ଭଳି ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ। ସେହିପରି ସମ୍ବଲପୁରୀ ଗୀତ ‘ରଙ୍ଗବତୀ’, ଓଡ଼ିଆ ଭଜନ ‘ଆହେ ନୀଳଶୈଳ’ ଗାଇ ମଧ୍ୟ ସେ ବିବାଦରେ ଫସିଥିଲେ।

LEAVE A REPLY

Please enter your comment!
Please enter your name here