ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୋଲ ଉପରୁ ତଳକୁ ଖସି ପଡ଼ିଲା ପୋଲିସ ଗାଡ଼ି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ। ଦୁର୍ଘଟଣାରେ ରାଇକିଆ ଥାନା ଆଇଆଇସି ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୋମବାର ସକାଳେ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରୁଥିଲା ରାଇକିଆ ଥାନା ପୋଲିସ। ମଣ୍ଡାକାଟିଆ ଗ୍ରାମ ନିକଟରେ ଏକ ପୋଲ ଅତିକ୍ରମ କରୁଥିବା ବେଳେ ପୋଲିସ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା। ଭାରସାମ୍ୟ ହରାଇ ଗାଡ଼ି ପୋଲରୁ ୨୦ ଫୁଟ ତଳକୁ ଖସି ପଡ଼ିଥିଲା।

ଏଥିରେ ରାଇକିଆ ଥାନା ଆଇଆଇସି ଅଲେଖ ଗରଡ଼ିଆ ଓ ଡ୍ରାଇଭର ମିଥୁନ ପ୍ରଧାନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ରାଇକିଆ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Comment