ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ବରିଷ୍ଠ ନାଗରିକଙ୍କ ସମସ୍ୟାର ସମାଧାନ କରିବେ ଥାନା ଅଧିକାରୀ। ପ୍ରତି ରବିବାର ଆଇଆଇସିଙ୍କ ଅଧ୍ୟକ୍ଷତାରେ ଥାନାରେ ବୈଠକ କରାଯିବ। ଅପରାହ୍‌ଣ ୪ଟାରୁ ୫ଟା ଯାଏଁ ଏହି ବୈଠକ ଅନୁଷ୍ଠିତ ହେବ। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ଏହି ବୈଠକ ମାଧ୍ୟମରେ ବରିଷ୍ଠ ନାଗରିକମାନେ ତାଙ୍କ ଅଞ୍ଚଳର ସମସ୍ୟାକୁ ଥାନାଧିକାରୀଙ୍କୁ ଜଣାଇବେ। ଏହାସହ ଘରେ ସିସିଟିଭି ଲଗାଇବା ସହ ‘ସହାୟତା’ ଆପ୍‌ ବ୍ୟବହାର କରିବାକୁ ବରିଷ୍ଠ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି।

ଘରେ ଭଡ଼ା ରହୁଥିବା ଲୋକ ଓ କର୍ମଚାରୀଙ୍କ ସଂପର୍କରେ ପୋଲିସକୁ ବୈଠକରେ ଜଣାଇବେ ବୋଲି ବରିଷ୍ଠ ନାଗରିକଙ୍କୁ କୁହାଯାଇଛି। ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଏହି ବୈଠକ ପ୍ରତି ରବିବାର ଥାନାଧିକାରୀଙ୍କ ଅଧ୍ୟକ୍ଷତାରେ କରାଯିବ।

Comment