ଓଡ଼ିଶାଲାଇଭ ବ୍ୟୁରୋ

  • ଘଟଣାସ୍ଥଳରେ ପୋଲିସର ମୃଦୁ ଲାଠିଚାଳନା
  • ରାଜମହଲ ଛକରେ ପୋଲିସ ଛାଉଣୀ
  • ରାଜମହଲ ଛକ ସିଲ୍‌

ଟ୍ରାଫିକ ଫାଇନକୁ ନେଇ ପୋଲିସ ଜନତା ମୁହାଁମୁହିଁ। ଭୁବନେଶ୍ଵରସ୍ଥିତ ରାଜମହଲ ଛକଠାରେ ୩ଟି ସରକାରୀ ଗାଡ଼ିକୁ ଅଟକାଇ କାଗଜପତ୍ର ମାଗି ଥିଲେ ଲୋକେ। ପିସିଆର ଭ୍ୟାନର ପ୍ରଦୂଷଣ ସାର୍ଟିଫିକେଟ ନଥିବାରୁ ରାସ୍ତା ଉପରେ ଭ୍ୟାନକୁ ଛାଡ଼ି ନଥିଲେ ଲୋକେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠିଚାର୍ଜ ଆରମ୍ଭ କରିଛି।

ନୂଆ ଟ୍ରାଫିକ ଫାଇନରେ ଅସନ୍ତୁଷ୍ଟ ଲୋକେ ଆଜି ପୋଲିସ ଉପରେ ରାଗ ସୁଜାଇଛନ୍ତି। ରାଜମହଲ ଛକଠାରେ ଚେକିଂ କରୁଥିବା ପିସିଆର ଭ୍ୟାନକୁ ପ୍ରଦୂଷଣ ସାର୍ଟିଫିକେଟ ମାଗିବା ସହ ମୋ ବସ ଓ ବିଏମସି ଗାଡ଼ିକୁ ମଧ୍ୟ ଅଟକାଇଥିଲେ। ଗାଡ଼ିରେ ସିଟ ବେଲ୍ଟ ଓ କାଗଜ ପତ୍ର ନଥିବା ଲୋକ ଅଭିଯୋଗ କରିଥିଲେ।

ପରେ ଲୋକ ପିସିଆର ଭ୍ୟାନକୁ ଅଟକ ରଖିବା ସହ ରାଜମହଲ ଛକ ଅବରୋଧ କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ପୋଲିସ ମୃଦୁ ଲାଠିଚାଳନା କରିଥିଲା। ଘଟଣା ସ୍ଥଳରେ ପୋଲିସ କମିଶନର ସୁଧାଂଶୁ ଶେଖର ଷଡ଼ଙ୍ଗୀ ପହଞ୍ଚିଛନ୍ତି। ଏହାସହ ମିୟମକୁ ମାନିବାକୁ ଲୋକମାନଙ୍କୁ ଅପିଲ କରିଥିଲେ।

ରାଜମହଲ ଛକ ରାଜଧାନୀର ପ୍ରମୁଖ ଛକ। ଯାହାକି ଅବରୋଧ ଯୋଗୁଁ ଘଣ୍ଟା ଘଣ୍ଟା ଧରି ବନ୍ଦ ହୋଇ ପଡ଼ିଥିଲା। ଲୋକଙ୍କ ଆକ୍ରୋଶ ବଢ଼ିବାରୁ ବାଧ୍ୟ ହୋଇ ପୋଲିସ ମୃଦୁ ଲାଠିଚାଳନା କରି ଉତ୍ୟକ୍ତ ଲୋକଙ୍କୁ ଘଢ଼ାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ହେବାକୁ ଲାଗିଛି।

Comment