ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ଜେଏନ୍‌ୟୁରେ ନିୟମିତ ପାଠପଢ଼ା ଆରମ୍ଭ ହୋଇଛି। ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହଂସାକାଣ୍ଡ ପରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଶୈଖିକ ବାତାବରଣ ଦେବା ପାଇଁ ବ୍ୟବସ୍ଥା ହୋଇଛି।

ପୂର୍ବରୁ ଏନେଇ ଜେଏନୟୁ କୁଳପତି ଏମ୍‌ ଜଗଦୀଶ କୁମାର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ସଚିବଙ୍କ ସହ ଆଲୋଚନା କରିଛନ୍ତି।

ଗତ ନଭେମ୍ବରରେ ଜେଏନୟୁ କର୍ତ୍ତୃପକ୍ଷ ହଷ୍ଟେଲ ଫି ଘୋଷଣା କରିବା ପରଠୁ କ୍ୟାମ୍ପସରେ ବାରମ୍ବାର ଉତ୍ତେଜନା ଦେଖିବାକୁ ମିଳିଥିଲା। ଧୀରେ ଧୀରେ ଏହା ହିଂସାର ରୂପ ନେଇଥିଲା।

Comment