ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜେଏନ୍‌ୟୁ ହିଂସାକାଣ୍ଡ ପଛରେ ହିନ୍ଦୁ ରକ୍ଷା ଦଳ। ହିନ୍ଦୁ ରକ୍ଷା ଦଳର ସଭାପତି ପିଙ୍କି ଚୌଧୁରୀ ନିଜେ ଏକଥା ସ୍ୱୀକାର କରିଛନ୍ତି। ସଂଗଠନର କର୍ମକର୍ତ୍ତାମାନେ ଜାନୁଆରୀ ୫ରେ ମୁଖାପିନ୍ଧି ଜେଏନୟୁ କ୍ୟାମ୍ପସରେ ଆକ୍ରମଣ କରିଥିଲେ ବୋଲି ପିଙ୍କି ଚୌଧୁରୀ କହିଛନ୍ତି।

‘‘ଜେଏନୟୁରେ ଦେଶଦ୍ରୋହୀଙ୍କ ଆଡ୍ଡା ଜମି ଥିବାରୁ ସଂଗଠନର କର୍ମକର୍ତ୍ତାମାନେ ଆକ୍ରମଣ କରିଥିଲେ’’, କହିଛନ୍ତି ପିଙ୍କି ଚୌଧୁରୀ।

ପିଙ୍କି ଚୌଧୁରୀଙ୍କ ବୟାନ ପରେ ଏବେ ତଦନ୍ତ କରୁଛି ଦିଲ୍ଲୀ ପୋଲିସ। ଜାନୁଆରି୫ରେ ୫୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ଜେଏନୟୁ କ୍ୟାମ୍ପସରେ ପ୍ରବେଶ କରିଥିଲେ। ସେମାନେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଜେଏନୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷଙ୍କ ସହ ୩୪ ଜଣ ଗୁରୁତର ଆହତ ହୋଇଥିଲେ।

Comment