ଓଡ଼ିଶାଲାଇଭ୍ ବ୍ୟୁରୋ

“ଜେଏନୟୁ ଛାତ୍ରମାନଙ୍କ ଉପରେ ଆକ୍ରମଣ ହେବା ଘଟଣାକୁ ନେଇ ମୁଁ ଆଶ୍ଚର୍ଯ୍ୟ। ଗଣତନ୍ତ୍ରରେ କୌଣସି ପ୍ରକାର ହିଂସାର ସ୍ଥାନ ନାହିଁ। ଛାତ୍ରମାନଙ୍କ ଉପରେ ଏଭଳି ଆକ୍ରମଣ ଘଟଣାକୁ ନିନ୍ଦା କରାଯିବା ଉଚିତ୍”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହାସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଦୋଷୀମାନଙ୍କୁ ତୁରନ୍ତ ଧରାଯିବା ସହ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆକ୍ରମଣରେ ଆହତ ହୋଇଥିବା ଛାତ୍ରମାନଙ୍କର ତୁରନ୍ତ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀର ଜେଏନୟୁ କ୍ୟାମ୍ପସ ହଷ୍ଟେଲରେ କେତେକ ଦୁର୍ବୃତ୍ତ ଛାତ୍ରଛାତ୍ରୀମାନଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ର ଆହତ ହେବା ସହ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଏହି ଆକ୍ରମଣ ଘଟଣାରେ ବାମପନ୍ଥୀ ଦଳ ଏବିଭିପିକୁ ଦାୟୀ କରିଥିବାବେଳେ, ବାମପନ୍ଥୀ ଛାତ୍ର ସଙ୍ଗଠନଗୁଡ଼ିକ ଏହି ଆକ୍ରମଣ ପଛରେ ଅଛନ୍ତି ବୋଲି ପାଲଟା ଅଭିଯୋଗ ଆଣିଛି ଏବିଭିପି।

Comment