ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୫ ମାସ ପରେ ଆଜିଠୁ ଜମ୍ମୁରେ ଆରମ୍ଭ ହୋଇଛି 2G ଇଣ୍ଟରନେଟ ସେବା। ଜମ୍ମୁର କିଛି ଅଞ୍ଚଳରେ ଏହି ସେବା ଆରମ୍ଭ ହୋଇଛି। ଏହି ଅଞ୍ଚଳଗୁଡ଼ିକ ହେଲା ଜମ୍ମୁ, ସାମ୍ବା, କଠୁଆ, ଉଦ୍ଦମପୁର ଓ ରିୟାସି।

ଜମ୍ମୁରେ 2G ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲେ ମଧ୍ୟ ସୋସିଆଲ ମିଡିଆ ଉପରେ ଏବେବି କଟକଣା ରହିଛି। ସରକାରୀ ଓ୍ୱେବସାଇଟ୍, ଜରୁରୀ ସେବା, ଇ ବ୍ୟାଙ୍କିଂ ପାଇଁ ଲୋକେ ଇଣ୍ଟରନେଟ ବ୍ୟବହାର କରିପାରିବେ।

ଯେକୌଣସି ବ୍ୟକ୍ତି ବା ଅନୁଷ୍ଠାନ ଇଣ୍ଟରନେଟର ଅପ ବ୍ୟବହାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିପାଇଁ କିଛି ନୋଡାଲ ଅଫିସରଙ୍କୁ ମନିଟରିଂ ପାଇଁ ଦାୟିତ୍ୱ ଦିଆଯାଇଛି। ଖୁବଶୀଘ୍ର ବାକି ଅଞ୍ଚଳକୁ ମଧ୍ୟ ଇଣ୍ଟରନେଟ ଯୋଗାଇ ଦିଆଯିବ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment