ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୁକ୍ତ ଦୁଇରେ ପାସ୍‌ ଫେଲ୍‌ ବ୍ୟବସ୍ଥାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ରମାଦେବୀ ଜୁନିୟର କଲେଜ ଯୁକ୍ତ ଦୁଇ ଛାତ୍ରୀ। ଛାତ୍ରୀମାନେ ରାସ୍ତା ଉପରକୁ ଆସି ପ୍ରତିବାଦ କରିଥିଲେ। ଏହାସହ ରାଜରାସ୍ତା ଅବରୋଧ କିରିବା ସହ ପାସ୍‌ଫେଲ୍‌ ନିଷ୍ପତ୍ତିକୁ ବାତିଲ କରିବାକୁ ଦାବି କରିଥିଲେ।

ଯଦି ସରକରାଙ୍କ ଏଭଳି ନିଷ୍ପତ୍ତି ନେବାର ଥିଲା ୬ ମାସ ପୂର୍ବରୁ କାହିଁକି ନେଲେନି? ପରୀକ୍ଷା ଫେବ୍ରୁଆରି ମାସରେ ହେବାକୁ ଥିବା ବେଳେ ହଠାତ ଜାନୁଆରିରେ ଏଭଳି ନିଷ୍ପତ୍ତି ଠିକ୍‌ ନୁହେଁ। ଯଦି ସରକରା ଏଭଳି ନିଷ୍ପତ୍ତି ନେଉଛନ୍ତି, ତାହେଲେ ଏପ୍ରିଲ ମାସରେ ପ୍ରଥବର୍ଷ ପରୀକ୍ଷା କରନ୍ତୁ ବୋଲି ଛାତ୍ରୀମାନେ କହିଥିଲେ।

କେବଳ ରମାଦେବୀ ନୁହେଁ ଭୁବନେଶ୍ଵରର ଅନେକ ଯୁକ୍ତ ଦୁଇ କଲେଜର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆନ୍ଦୋଳନ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପିଲାମାନଙ୍କୁ ଆଶ୍ଵସନା ଦେଇଛନ୍ତି।

ଏନେଇ ମନ୍ତ୍ରୀ କହିଛନ୍ତି, ‘‘ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପରୀକ୍ଷାରେ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଯଦି ପିଲା ଭାବୁଛନ୍ତି ସେମାନେ ପ୍ରସ୍ତୁତ ନୁହଁନ୍ତି, ତାହେଲେ ଏହି ବ୍ୟବସ୍ଥା ଏବର୍ଷ ଲାଗୁ କରା ନଯିବା ନେଇ ସରକାର ବିଚାର କରିବେ।“

କିଛି ଦିନ ତଳେ ରାଜ୍ୟ ସରକାର ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାସ୍ ଫେଲ୍ ବ୍ୟବସ୍ଥାକୁ ଲାଗୁ କରିଥିଲେ। ଏହାଦ୍ୱାରା ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ୩୩ ପ୍ରତିଶତ ମାର୍କ ରଖି ପାସ୍ କରିବା ପରେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ବୋଲି କୁହାଯାଇଥିଲା। ନଚେତ୍ ଛାତ୍ରଛାତ୍ରୀମାନେ ପୁଣିଥରେ ପ୍ରଥମ ବର୍ଷରେ ପାଠ ପଢ଼ି ପାସ୍ କରିବାକୁ ପଡ଼ିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ।

Comment