ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ଜାନୁଆରି ୨୪ରେ ପାଳନ ହୁଏ ଜାତୀୟ କନ୍ୟା ସନ୍ତାନ ଦିବସ। ଏବେଠୁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଗଲାଣି। ଜୟପୁର ଜଗଧାତ୍ରୀପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏହି ଦିବସ ଉପଲକ୍ଷେ ଏକ ସଚେତନତା ରଥ ସହର ପରିକ୍ରମା କରୁଛି।

ଡାକ୍ତର ସୌମ୍ୟ ରଞ୍ଜନ ମିଶ୍ର ଓ ସିଦ୍ଧାର୍ଥ ନାୟକ ସବୁଜ ପତକା ଦେଖାଇ ଏହି ସଚେତନ ରଥକୁ ଉଦଘାଟନ କରିଥିଲେ। ୭ଦିନ ଧରି ଏହି ରଥ ସହରର ସମସ୍ତ ଗଳି  ଗନ୍ଦି ଛକରେ ରହି  କନ୍ୟା ସନ୍ତାନ ଅମୂଲ୍ୟ ରତ୍ନ, କନ୍ୟା ସନ୍ତାନର ଯତ୍ନ ନିଅନ୍ତୁ, କନ୍ୟା ସନ୍ତାନଙ୍କ ଭବିଷ୍ୟତ ସୁରକ୍ଷିତ ରଖନ୍ତୁ।

ଝିଅ ନାହିଁତ  ସଂସାର ନାହିଁ, କନ୍ୟା ଶକ୍ତି ଅବର୍ଣ୍ଣନୀୟ ବୋଲି ସଚେତନ କରାଯାଉଛି। ମାଇକ ଦ୍ୱାରା ସଚେତନ କରାଯାଉଛି। ଉପଯୁକ୍ତ ପ୍ରୋତ୍ସାହନ ଦ୍ୱାରା ଝିଅମାନେ ଅନେକ କ୍ଷେତ୍ରରେ ସଫଳତାର ସହ ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି। ଏଣୁ ଝିଅମାନଙ୍କର ଯତ୍ନ ପ୍ରତି  ବିଶେଷ ଧ୍ୟାନ ଦିଅନ୍ତୁ ଓ ସୁସ୍ଥ ସମୃଦ୍ଧ ରଷ୍ଟ୍ର ଗଠନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି।

Comment