ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୫ ତାରିଖ ଦିନ ପାଳିତ ହେବ ଜାତୀୟ ଭୋଟର ଦିବସ। ଏନେଇ ଲୋକଙ୍କୁ ସଚେତନ କରାଇବାକୁ ଜୟପୁରରେ ପ୍ରସ୍ତୁତି ଆରମ୍ଭ ହୋଇଛି।

୨୫ ତାରିଖରେ ଜୟପୁର ରଜାନହରଠାରୁ ବିକ୍ରମଦେବ କଲେଜ ଯାଏଁ ବିଶାଳ ଶୋଭାଯାତ୍ରା ହେବ। ଏନେଇ ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳ ବେହେରା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ଏହାସହ କଲେଜରେ ଡିବେଟ, କୁଇଜ, ଚିତ୍ରକଳା ଭଳି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହେବ। ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ବିକ୍ରମଦେବ କଲେଜରେ ଭୋଟର ଦିବସ ଉପରେ ସଚେତନତା ବୈଠକ ମଧ୍ୟ ଅନୁଷ୍ଠିତ ହେବ।

Comment