ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଡ଼ ନ୍ୟୁଜର ଦମଦାର ସଫଳତା ପରେ ପୁଣି ଆଉ ଏକ ଫିଲ୍ମ ଦେଇ ପରଦାକୁ ଫେରୁଛନ୍ତି ଖିଲାଡ଼ି କୁମାର ଅକ୍ଷୟ। ଏହି ଫିଲ୍ମ ଅକ୍ଷୟ କୁଆଡ଼େ ୧୨୦ କୋଟି ଟଙ୍କା ପାରିଶ୍ରମିକ ନେବେ।

ଆନନ୍ଦ ଏଲ୍‌ ରୟଙ୍କ ନିର୍ଦ୍ଦେଶିତ ସିନେମା ପାଇଁ ଅକ୍ଷୟ କୁମାର ଏହି ଟଙ୍କା ନେବେ। ଏହି ସିନେମାର ନାମ ଜଣାପଡ଼ି ନଥିବା ବେଳେ ଏଥିରେ ଅକ୍ଷୟଙ୍କ ସହ ସାରା ଅଲି ଖାଁ ଓ ଧନୁଷ ନଜର ଆସିପାରନ୍ତି ବୋଲି ଶୁଣିବାକୁ ମିଳିଛି।

ଆଗାମୀ ଦିନରେ ଅକ୍ଷୟଙ୍କର ସୂର୍ଯ୍ୟବଂଶୀ, ଲକ୍ଷ୍ମୀବମ୍ବ୍‌, ପୃଥ୍ୱୀରାଜ ଭଳି ଫିଲ୍ମ ଆସିବାକୁ ଯାଉଛି।

Comment